ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ଡେବ୍ୟୁ କରିବେ ୫ ଭାରତୀୟ ଖେଳାଳି । 

206

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଏବେ ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା ଦଳ । ଏହାସହ ଏହି ଶେଷ ଦିନିକିଆରେ ଭାରତର ୫ ଯୁବ ଖେଳାଳି ଡେବ୍ୟୁ କରିବେ । ସେମାନେ ହେଲେ ସଞ୍ଜୁ ସାମସନ, ନୀତିଶ ରାଣା, ଚେତନ ସକରିୟା, କେ ଗୌତମ ।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ଅକ୍ତିଆର କରିସାରିଛି । ଏହି ମ୍ୟାଚରେ ଭାରତ ବିଜୟୀ ହୋଇ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଖେଳିବ ।