ଆଜି ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ । ଦିନିକିଆ ସିରିଜ ଜିତିବା ପରେ ଟି-୨୦ ଶୃଙ୍ଖଳା କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

300

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ । ଦିନିିକିଆ ମ୍ୟାଚ୍ ଇଣ୍ଡିଆ କବଜା କରି ସାରିଥିବାରୁ ଏବେ ଟି-୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମ୍ୟାନ୍ ଇନ୍ ବ୍ଲୁ । ତେବେ ଆଜିର ମ୍ୟାଚରେ ପଦାର୍ପଣ କରିପାରନ୍ତି ସ୍ପିନର ବରୁଣ ଚକ୍ରବର୍ତୀ । ବରୁଣ ଏକାସାଙ୍ଗରେ ଅଫ୍ ବ୍ରେକ୍, କ୍ୟାରମ୍ ବଲ ଓ ଲେଗ ସ୍ପିନ୍ ପକାଇ ବିପକ୍ଷ ଖେଳାଳିଙ୍କୁ ଅସୁବିଧାରେ ପକାଇ ପାରନ୍ତି । ଆଇପିଏଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ତେଣୁ ବରୁଣଙ୍କୁ ପରୀକ୍ଷା ନୀରିକ୍ଷା କରିପାରନ୍ତି କୋଚ୍ ରାହୁଲ ଦ୍ରାବିଡ । ବରୁଣଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକ୍ୱାଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିପାରନ୍ତି । ତାଙ୍କ ସହିତ ଇଶାନ୍ କିଷନ ଓ ସଞ୍ଜୁ ସାମସନ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ । ଏହାସହ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ।