କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା । ଶିବସୁନ୍ଦର ଦାସଙ୍କ ନେତୃତ୍ୱ ଗଠିତ ଚୟନ କମିଟି ଫାଇନାଲ ମୁକାବିଲା ପାଇଁ ଦଳ ଘୋଷଣା କରିଛି । ରୋହିତଙ୍କ ନେତୃତ୍ୱରେ ଦଳ ଫାଇନାଲ ମୁକାବିଲା ଖେଳିବ । ସେହିଭଳି ଦୀର୍ଘ ଦିନ ପରେ ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି ଆଜିଙ୍କ୍ୟ ରାହାଣେ । ଆଇପିଏଲରେ ଦମଦାର ପ୍ରଦର୍ଶନ ଫଳରେ ରାହାଣେଙ୍କୁ ଭାରତୀୟ ଦଳରୁ ପୁଣିଥରେ ଡାକରା ଆସିଛି ।
ସେହିଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷିତ ଦଳରୁ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କର ଟେଷ୍ଟ ଖେଳିବାର ସେତେଟା ଅଭିଜ୍ଞତା ନଥିବା ବେଳେ ଅନୁଭବୀ ରାହାଣେଙ୍କୁ ସୁଯୋଗ ମିଳିଛି । ଦୀର୍ଘଦିନ ପରେ ଦଳକୁ ଜୟଦେବ ଉନାଦକତ ଫେରିଛନ୍ତି । ରଣଜୀରେ ଦମଦାର ପ୍ରଦର୍ଶନ ତାଙ୍କୁ ଟିମ୍ ଇଣ୍ଡିଆର ଟିକେଟ ଦେଇଛି । ଆହତ କାରଣରୁ ବୁମରାହ ବାଦ୍ ପଡିଥିବା ବେଳେ ସାମି, ସିରାଜ ଓ ଉମେଶ ଦଳର ବୋଲିଂ ମଙ୍ଗ ସମ୍ଭାଳିବେ । ସ୍ପିନର ଭାବେ ଜାଡେଜା ଓ ଅଶ୍ୱିନୀଙ୍କୁ ସାମିଲ କରାଯାଇଥିବା ବେଳେ ଅଲରାଉଣ୍ଡର ସ୍ଥାନ ସାର୍ଦ୍ଦୁଳ ଠାକୁର ନେଇଛନ୍ତି । ୱିକେଟ କିପର ଭାବେ ପୁଣିଥରେ କେ.ଏସ ଭରତଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା । ଫର୍ମରେ ନଥିଲେ ମଧ୍ୟ କେ.ଏଲ ରାହୁଲଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ଶୁଭମାନ ଗିଲଙ୍କୁ ଦଳରେ ସ୍ଥାନ ମିଳିଛି ।
🚨 NEWS 🚨#TeamIndia squad for ICC World Test Championship 2023 Final announced.
Details 🔽 #WTC23https://t.co/sz7F5ByfiUpic.twitter.com/KIcH530rOL
— BCCI (@BCCI) April 25, 2023
ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଟାଇଟଲ ପାଇଁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଇଂଲଣ୍ଡର ଦ ଓଭାଲ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ । ଏହି ହାଇଭୋଲଟେଜ ମୁକାବିଲାକୁ ଚାହିଁ ବସିଛନ୍ତି କ୍ରିକେଟପ୍ରେମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/13-22.jpg)