ଆତଙ୍କ ବଢାଉଛି କରୋନା…ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି । ରାଜସ୍ଥାନ ଜୟପୁରରେ ମହିଳାଙ୍କଠାରୁ ମିଳିଲା କରୋନା ଭୂତାଣୁ, ପୁଣେରୁ ବି ଆସିଲା ପଜିଟିଭ୍ ରିପୋର୍ଟ

ଏପଟେ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଥା ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ

260

କନକ ବ୍ୟୁରୋ: ଆତଙ୍କ ବଢାଉଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧିପାଇଛି । ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ରାଜ୍ୟରେ କରୋନାର ମୁକାବିଲା ଏବଂ ସତର୍କତା ଉପରେ ଜୋର ଦେଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଆଉ ଓଡିଶା ବଜାରରେ ବଢ଼ି ଯାଇଛି ମାସ୍କ ଓ ସାନିଟାଇଜରର ଚାହିଦା । ଗୋଟିଏ ଗୋଟିଏ ମାସ୍କ ୨ ଶହରୁ ୨୫୦ ଟଙ୍କାରେ ବିକ୍ରୀ ହେଉଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି ।

ଆଉ ଏହି ତତ୍ପରତା ଭିତରେ ଓଡ଼ିଶାର ଚାରିଆଡୁ ଆସିଛି ଏକ ଅଭାବୀୟ ଚିତ୍ର । ବଜାରରେ ବଢ଼ି ଯାଇଛି ମାସ୍କ ଓ ସାନିଟାଇଜରର ଚାହିଦା । ମାସ୍କ ପାଇଁ ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ । ବଜାରରେ ମାସ୍କ ନିଅଂଟ ହେବାରୁ ଗୋଟିଏ ଗୋଟିଏ ମାସ୍କ ୨ ଶହରୁ ୨୫୦ ଟଙ୍କାରେ ବିକ୍ରୀ ହେଉଛି । ତେବେ କରୋନାର ଭୟାବହତାକୁ ଦେଖି ଲୋକେ ସୁରକ୍ଷା ଦୃଷ୍ଟିରୁ ମାସ୍କ ଓ ସାନିଟାଇଜର ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ହେଲେ ବଜାରରେ ମାସ୍କର ସଂକଟ ଦେଖାଦେଇଛି ।

ତେବେ ଏନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି-ସୁସ୍ଥ ଲୋକଙ୍କ ମାସ୍କ କିମ୍ବା ସାନିଟାଇଜର ଦରକାର ନାହିଁ । ଥଣ୍ଡା,ଛିଙ୍କ,କାଶ ହେଉଥିଲେ ମାସ୍କ କି ରୁମାଲ ବ୍ୟବହାର କରନ୍ତୁ । ଯାହାକୁ ଥଣ୍ଡା, କାଶ ହେଉଛି ତାଙ୍କୁ ମାଗଣାରେ ମାସ୍କ ଯୋଗାଇଦିଆଯିବ । ଆରଏମଆରସିରେ କରୋନାର ରକ୍ତ ନମୂନା ପରୀକ୍ଷା ହେବ ।ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଚାଲିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧିପାଇଛି, ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି ।

– ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି

– କରୋନା ଆକ୍ରାନ୍ତଙ୍କୁ ଦିଲ୍ଲୀ ଓ ଗୁରୁଗ୍ରାମରେ ଚିକିତ୍ସା କରାଯାଉଛି

– ବିଦେଶୀ ଶ୍ରଦ୍ଧାଳୁଙ୍କୁ ୨ ମାସ ପାଇଁ ମଥୁରାକୁ ମନା କରାଯାଇଛି

-ଅମ୍ରିତସରରେ ୧୩ ଇରାନ ପର୍ଯ୍ୟଟକଙ୍କୁ ଅଟକ ରଖି ଯାଂଚ୍ କରାଯାଉଛି

-ଲୋକସଭା ସାଂସଦଙ୍କ ପାଇଁ ଏକ ଆଡଭାଇଜରି ଜାରାଯାଇଛି

-ଦିଲ୍ଲୀରେ ସୁଟିଂ ବିଶ୍ୱକପ୍ ଓ ଅଲିମ୍ପିକ୍ସ ଅଭ୍ୟାସ୍ ପ୍ରତିଯୋଗିତା ସ୍ଥଗିତ ରହିଛି

-ଆଇପିଏଲ୍ ମ୍ୟାଚ୍ ଉପରେ ମଧ୍ୟ ଆଶଙ୍କାର କଳାବାଦଲ ସୃଷ୍ଟି ହୋଇଛି