ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦। ୧୪୯ରନର ଲକ୍ଷ୍ୟ ଦେଲା ଭାରତ।

118

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାକୁ ୧୪୯ରନର ଟାର୍ଗେଟ ଦେଇଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ ୨୦ ଓଭରରେ ୧୪୮ ରନ କରି ୬ ୱିକେଟ ହରାଇଥିଲା । ଦଳ ପାଇଁ ଶ୍ରେୟସ ଆୟାର ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶାନ ୩୪ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଦିନେଶ କାର୍ତ୍ତିକ ୩୦ରନର ପାଳି ଖେଳିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ନଟିଜ ସର୍ବାଧିକ ୨ଟି ୱିକେଟ ହାସଲ କରିଥିବା ବେଳେ ଅନ୍ୟମାନେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୦ ଓଭରରେ ୧୪୯ ରନ ଦରକାର ରହିଛି ।