ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା : ତାଲିକାରେ ପାକିସ୍ତାନ ତଳକୁ ଖସିଲା ଭାରତ

336

କନକ ବ୍ୟୁରୋ : ଭାରତରେ ବଢୁଛି ଭୋକିଲାଙ୍କ ସଂଖ୍ୟା । ୨୦୨୧ ବିଶ୍ୱ କ୍ଷୁଧା ସୂଚୀରେ ଭାରତ ୧୦୧ ତମ ସ୍ଥାନରେ ଅଛି । ସାରା ବିଶ୍ୱର ୧୧୬ ଦେଶକୁ ନେଇ କରାଯାଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଜଣାପଡିଛି ।
ପୂର୍ବବର୍ଷ ଅର୍ଥାତ ୨୦୨୦ ତୁଳନାରେ ଏହା ଆହୁରି ୭ଟି ସ୍ଥାନ ତଳକୁ ଖସିଯାଇଥିବା ଜଣାପଡିଛି । ଏପରିକି ନିଜ ପଡୋଶୀ ରାଷ୍ଟ୍ର ବାଂଲରାଦେଶ, ପାକିସ୍ତାନ ଓ ନେପାଳ ଠାରୁ ମଧ୍ୟ ଭାରତ ପଛରେ ଥିବା ଜଣାପଡିଛି । ଏହି ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ରିପୋର୍ଟ ତିଆରି କରିଥିବା ଆର୍ୟାଲାଣ୍ଡ ଓ ଜର୍ମାନୀର ଦୁଇ ସଂସ୍ଥା । କୋଭିଡ ଦ୍ୱାରା ଦେଶରେ ଲଗାଯାଇଥିବା କଟକଣା ଯୋଗୁଁ ଆର୍ଥିକ ଅବସ୍ଥା ସଂପୂର୍ଣ୍ଣ ଦୋହଲି ଯାଇଥିବା କହିଛି ଏହି ରିପୋର୍ଟ ।

କରୋନା ପାଇଁ ଗରିବ ଶ୍ରେଣୀର ଲୋକ ଆହୁରି ଗରିବ ହୋଇଯାଇଛି । ଲକଡାଉନ୍ ସଟଡାଉନ୍ ପାଇଁ ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି । ଝାଳ ବୁହାଇ ଦୀର୍ଘ ବର୍ଷ ଧରି ସଞ୍ଚୟ କରି ରଖିଥିବା ସମସ୍ତ ସଞ୍ଚିତ ଧର ସରିଯାଇଛି । ଯେଉଁଥି ପାଇଁ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକଙ୍କ ସ୍ଥିତି ବିଗିଡିଯାଇଛି । ଏବେ ଦେଶରେ କରୋନା ସ୍ଥିତି ଧିରେ ଧିରେ କମୁଛି ସତ କିନ୍ତୁ ଲୋକଙ୍କୁ କୌଣସି କାମ ଧନ୍ଦା ମିଳୁନି । ଆଉ ବର୍ତ୍ତମାନ ସାମ୍ନାକୁ ଆସିଥିବା ଏହି ରିପୋର୍ଟ ଚିନ୍ତା ବଢାଇ ଦେଇଛି ।

ଏବେ ଆସନ୍ତୁ ଦେଖିବା ଭୋକିଲାକୁ ନେଇ ଗ୍ଲୋବାଲ ଇଣ୍ଡେସ ରିପୋର୍ଟ କଣ କହୁଛି
– ବାଂଲାଦେଶ, ପାକିସ୍ତାନ ଓ ନେପାଳ ଠାରୁ ଭାରତ ପଛରେ ପଡିଛି
-ଦେଶରେ ୧ ବର୍ଷରୁ କମ ମୃତ୍ୟୁହାର, ଖାଦ୍ୟ ଅଭାବ ଭଳି ପୃଷ୍ଟିହୀନତୀ ଭଳି ସୂଚକାଙ୍କରେ ଉନ୍ନତି
-ପୃଷ୍ଟିହୀନତା, ଶିଶୁ ମୃତ୍ୟୁହାର ଭଳି ୪ଟି ପ୍ରସଙ୍ଗକୁ ନେଇ ସୂଚକାଙ୍କ ପ୍ରସ୍ତୁତ
-ରିପୋର୍ଟରେ ଖାଦ୍ୟ ସୁରକ୍ଷା ବିପଦରେ ବୋଲି ଦର୍ଶାଯାଇଛି