ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ କ୍ଲିନଚିଟ୍ ! ସମସ୍ତ ଆତଙ୍କବାଦ ମାମଲା ପ୍ରତ୍ୟାହାର କଲା ପାକିସ୍ତାନ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ କ୍ଲିନଚିଟ୍ ! ସମସ୍ତ ଆତଙ୍କବାଦ ମାମଲା ପ୍ରତ୍ୟାହାର କଲା ପାକିସ୍ତାନ

Source: thedailybeast.com

କନକ ବ୍ୟୁରୋ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ଆତଙ୍କବାଦର ସମସ୍ତ ମାମଲାରୁ ପାକିସ୍ତାନ ସରକାର କ୍ଲିନଚିଟ୍ ଦେଇଛନ୍ତି । ପାକିସ୍ତାନ ସରକାର ହାଫିଜକୁ ଆଉ ଆତଙ୍କବାଦୀଭାବେ ଗ୍ରହଣ କରିବେ ନାହିଁ । ଏବେ ଲାହୋରରେ ଗୃହବନ୍ଦୀ ହୋଇ ରହିଥିବା ହାଫିଜ୍ ଏବଂ ବିଭିନ୍ନ ଜେଲରେ ଥିବା ତା’ର ସହଯୋଗୀମାନଙ୍କୁ ଖଲାସ କରାଯିବାକୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ ବୋଲି ଜଣାପଡ଼ିଛି ।

publive-imageହାଫିଜ ବିରୋଧରେ ଆତଙ୍କବାଦୀ ନିୟନ୍ତ୍ରଣ ଆଇନ ବଳରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଲାହୋର ହାଇକୋର୍ଟରେ ହାଫିଜକୁ ଅଧିକ ଦିନ ଗୃହବନ୍ଦୀ କରି ରଖିବା ପାଇଁ କିଛିଦିନ ତଳେ କରାଯାଇଥିବା ଆବେଦନକୁ ସରକାର ଗତକାଲି ପ୍ରତ୍ୟାହାର କରିନେଇଥିବା ବେଳେ ଆଜି ସମସ୍ତ ମାମଲା ପ୍ରତ୍ୟାହାର କରିଥିବାରୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିଯାଇଛି ।

publive-imageଲାହୋର ହାଇକୋର୍ଟକୁ ପାକିସ୍ତାନ ସରକାର ହାଫିଜ ବିରୋଧରେ କୌଣସି ପ୍ରମାଣ ଦେଇନଥିବା ବେଳେ ଗତକାଲି ଆତଙ୍କବାଦୀ ନିରୋଧ ଆଇନକୁ ପ୍ରତ୍ୟାହାର କରିନେଇଥିଲା । ହାଫିଜକୁ ଆଉ ଅଧିକ ଦିନ ଗୃହବନ୍ଦୀ କରି ନ ରଖିବାକୁ ବିଭିନ୍ନ ଆତଙ୍କବାଦୀ ସଂଗଠନର ଚାପ ଆଗରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇଥିଲେ । ତେବେ ତା’ ବିରୋଧରେ ଥିବା ସମସ୍ତ ଆତଙ୍କବାଦ ମାମଲା ପ୍ରତ୍ୟାହାର କରାଯିବା ବିସ୍ମୟ ସୃଷ୍ଟି କରିଛି । ଏଣିକି ଜମାତ ଉଦ୍ ଦାଓ୍ଵାର ମୁଖିଆ ହାଫିଜ ପୂର୍ବ ଭଳି ଖୋଲା ବିଚରଣ କରିବ ଏବଂ କୌଣସି ଅଙ୍କୁଶ ରହିବ ନାହିଁ ବୋଲି ଜଣାପଡ଼ିଛି ।

ଗତ ଜାନୁଆରିରୁ ହାଫିଜକୁ ଗୃହବନ୍ଦୀ କରି ରଖାଯାଇଥିଲା । ତା’ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର କୋର୍ଟରେ କୌଣସି ପ୍ରମାଣ ଦାଖଲ କରିନଥିଲେ । ଭାରତ ସରକାର ହାଫିଜ୍ ବିରୋଧରେ ଅନେକ ବଳିଷ୍ଠ ପ୍ରମାଣ ପାକିସ୍ତାନକୁ ଦେଇଥିଲେ ମଧ୍ୟ ପାକ୍ ସରକାର ଏହାକୁ ତିଳେମାତ୍ର ଗୁରୁତ୍ୱ ଦେଇନାହାନ୍ତି । ହାଫିଜ ସୟିଦର ସଙ୍ଗଠନ ଜମାତ ଉଦ୍ ଦାଓ୍ଵାକୁ ଆମେରିକା ୨୦୧୪ରୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିସାରିଛି । ବିଭିନ୍ନ ଆତଙ୍କବାଦୀ କାଣ୍ଡରେ ହାଫିଜର ସଂପୃକ୍ତି ପାଇଁ ତା ମୁଣ୍ଡରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରହିଛି । ଏଭଳି ସ୍ଥିତିରେ ହାଫିଜ ଉପରୁ ଆତଙ୍କବାଦ ମାମଲ ପ୍ରତ୍ୟାହାର କରି ପାକିସ୍ତାନ ଆମେରିକାକୁ ଏକପ୍ରକାର ଚ୍ୟାଲେଂଜ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe