ଶେଷ ଦିନିକିଆ : ୩୦୨ ରନର ସ୍କୋର କଲା ଭାରତ; ଅଷ୍ଟ୍ରେଲିଆ ଆଗରେ ୩୦୩ ରନର ବିଜୟ ଲକ୍ଷ୍ୟ

Advertisment
ଶେଷ ଦିନିକିଆ : ୩୦୨ ରନର ସ୍କୋର କଲା ଭାରତ; ଅଷ୍ଟ୍ରେଲିଆ ଆଗରେ ୩୦୩ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ : ସିଡ୍‌ନିରେ ଯୁଗଳ ପରାଜୟ ବରଣ କରିଥିବା ଭାରତୀୟ ଦଳ ଆଜି କାନବେରାରେ ତୃତୀୟ ତଥା ଶେଷ ଦିନିକିଆରେ ଟସ୍ ଜିତି ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୩୦୩ ରନର ଟାର୍ଗେଟ୍ ଦେଇଛି । ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ବିନିମୟରେ ୩୦୨ ରନ୍ ସଂଗ୍ରହ କରିଛି ।

ଭାରତ ପକ୍ଷରୁ ଶିଖର ଧାୱନ୍ ଓ ଶୁବମନ୍ ଗିଲ୍  ଇନିଂସ ଆରମ୍ଭ କରିଥିଲେ। ତେବେ ଶିଖର ଧୱାନ୍ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଅଧିନାୟକ ବିରାଟ୍ କୋହଲି ବ୍ୟାଟିଂ ଦାୟିତ୍ବ ନିଜ କାନ୍ଧକୁ ନେଇ ୬୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଓପନର ଶୁବମନ୍ ଗିଲ୍ ୩୩ ରନ୍ ଯୋଡ଼ିଥିଲେ । ଶୁବମନଙ୍କ ପରେ ଶ୍ରେୟସ ଆୟାର ପଡ଼ିଆକୁ ଆସି ମାତ୍ର ୧୯ ରନ୍ କରିଥିବା ବେଳେ ଉଇକେଟ୍ ହରାଇଥିଲେ । ତାଙ୍କ ପରେ କେ.ଏଲ୍. ରାହୁଲ୍ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ସେ ୫ ରନ୍ କରି ଆଉଟ୍ ହୋଇ ପାଭଲିଅନକୁ ଫେରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ  ରବୀନ୍ଦ୍ର ଜାଡେଜା ଭାରତୀୟ ବ୍ୟାଟିଂକୁ ଆଗକୁ ନେଇଥିଲେ। ପାଣ୍ଡ୍ୟା ଧୈର୍ଯ୍ୟର ସହ ଉଇକେଟ୍ ସମ୍ଭାଳି ୯୨ରନ୍ କରି ଅପରାଜିତ ରହିଥିଲେ। ତେଣେ ଜାଡେଜାଙ୍କର ଦମଦାର୍ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ୫୦ ବଲ ଖେଳି ୬୬ରନ୍ କରିଥିଲେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟନ୍ ଏଗାର୍ ୨ଟି ଉଇକେଟ୍ ନେଇଥିବା ବେଳେ ସିନ୍ ଆବୋଟ୍, ଜୋସ୍ ହାଜେଲଉଡ୍‌ ଓ ଆଦାମ ଜାମ୍ପା ଗୋଟିଏ ଗୋଟିଏ ଉଇକେଟ୍ ନେଇଥିଲେ। ଦଳରେ ଆଜି ଭାରତ ତିନିଟି ପରିବର୍ତ୍ତନ କରିଛି। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁବମନ୍ ଗିଲ୍, ନବଦୀପ ସୈନିଙ୍କ ବଦଳରେ ସାର୍ଦୁଲ୍ ଠାକୁର ଏବଂ ମହମ୍ମଦ ସାମୀଙ୍କ ସ୍ଥାନରେ ଓ କେ. ନଟରାଜନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ଭାରତ ପାଇଁ ଏହି ମ୍ୟାଚ୍‌ ସମ୍ମାନର ପ୍ରଶ୍ନ । ୦-୩ ମୂଳ‌ପୋଛ ଶୃଙ୍ଖଳା ପରାଜୟରୁ ବର୍ତିବାକୁ‌ ଚେଷ୍ଟା କରିବ ବିରାଟ ବାହିନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe