କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ମେ’ରୁ ପ୍ରତି ମାସରେ ଭାରତରେ ତିଆରି ହେବ ୨୦ ଲକ୍ଷ ମେଡ୍ ଇନ ଇଣ୍ଡିଆ ଟେଷ୍ଟିଂ କିଟ୍

ବିଦେଶ ଉପରେ ନିର୍ଭର ନକରିବାକୁ ନିଆଯାଉଛି ପଦକ୍ଷେପ

786

କନକ ବ୍ୟୁରୋ: କୋଭିଡ ୧୯ ଭୂତାଣୁ ମୁକାବିଲା ପାଇଁ ଭାରତ ସରକାରଙ୍କ ଆଉ ଏକ ବଡ ପଦ କ୍ଷେପ । ଆସନ୍ତା ମେ ମାସରୁ ଦୂର ହୋଇପାରେ କରୋନା ଭୂତାଣୁ ପରୀକ୍ଷଣ ନେଇ କିଟ୍ ର ସମସ୍ୟା । କାରଣ ଆସନ୍ତା ମେ ମାସରୁ ପ୍ରତି ମାସରେ ଭାରତ ତିଆରି କରିବାକୁ ଯାଉଛି ୨୦ ଲକ୍ଷ ଟେଷ୍ଟିଂ କିଟ୍ । ବିଶ୍ୱ ବଜାରରେ ଏବେ କରୋନା କିଟ୍ ର ଚାହିଦା ବଢି ଯାଇଥିବା ବେଳେ ଏବେ ଆଉ ବିଦେଶ ଉପରେ ନିର୍ଭର ନକରି ଏହାକୁ ଭାରତରେ ତିଆରି କରିବାକୁ ଫୋକସ୍ ଦିଆଯାଉଛି । ବହୁ ଦିନର ଅପେକ୍ଷା ପରେ ଗତ ଗୁରୁବାର ବାରତ ଚୀନ ଠାରୁ ୫ ଲକ୍ଷ କିଟ୍ ପାଇଥିଲା ।

ଆବଶ୍ୟକତା ଅନୁସାରେ ଏହାକୁ ତୁରନ୍ତ ରାଜ୍ୟ ଗୁଡିକୁ ବଂଟନ କରିଦିଆଯାଇଛି । ଚାହିଦା ଅନୁସାରେ ଏହି ସଂଖ୍ୟା ବହୁ କମ୍ । ଏବେ ଦେଶରେ ୬୭୨ଟି କୋଭିଡ୍ ଡାକ୍ତରଖାନା ଓ ୧୨ ଶହ ୪୭ ଟି ହେଲଥ କେୟାର ସେଂଟରକୁ ମିଶାଇ ୧୯ ଶହ ୧୯ଟି ଫାସିଲିଟି ସେଂଟର ରେ ଏବେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି । ଏବେ ମାସିକ ଭାରତରେ ମାସିକ ୬ ହଜାର ଭେନଟିଲେଟର ନିର୍ମାଣ ହେଉଛି । କରୋନାର ପରୀକ୍ଷଣଙ୍କୁ ଅଧିକ ଜୋରଦାର କରିବାକୁ ଆସନ୍ତା ମେ ମାସରୁ ଭାରତରେ ମାସିକ ୨୦ ଲକ୍ଷ ମେଡ୍ ଇନ୍ ଇଣ୍ଡିଆ କିଟ୍ ତିଆରି କରିବାକୁ ଯୋଜନା ହୋଇଛି । ଏପରି ହେଲେ ଭାରତ କରୋନା ମୁକାବିଲାରେ ବଡସଫଳତା ହାସଲ କରିପାରିବ ବୋଲି ଆଶା କରାଯାଉଛି ।