କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ନିଜର କମାଲ ଦେଖାଇଛନ୍ତି । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଭାରତ ୫୦ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ରନର ଟାର୍ଗେଟ ଦେଇଛି । ଶୁଭମନ୍ ଗିଲ ଓ ଶ୍ରେୟସ ଆୟର ଉଭୟ ଶତକ କରିଛନ୍ତି । ସେହିଭଳି ଅଧିନାୟକ କେ.ଏଲ ରାହୁଲ ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି ।