କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ଏବେ ରୋଚକ ମୋଡରେ ପହଞ୍ଚିଛି । ୨୭୬ ରନରେ ଭାରତ ଦ୍ୱିତୀୟ ପାଳି ଘୋଷଣା କରିବା ସହ ନ୍ୟୁଜିଲାଣ୍ଡ ଟିମ ସାମ୍ନାରେ ୫୪୦ ରନର ବିଜୟଲକ୍ଷ୍ୟ ରଖିଛି । ଆଜିକୁ ଛାଡି ହାତରେ ଆଉ ୨ ଦିନ ଖେଳ ବାକି ଥିବା ବେଳେ ଉଭୟ ଟିମ୍ ନିକଟରେ ଏହି ମ୍ୟାଚରେ ବିଜୟ ହାସଲ କରିବାର ସୁଯୋଗ ରହିଛି । ଏହି ମ୍ୟାଚ୍ ଜିତିବାକୁ ହେଲେ ଟିମ୍ ଇଣ୍ଡିଆକୁ ୧୦ ୱିକେଟର ଆବଶ୍ୟକତା ଥିବା ବେଳେ ନ୍ୟୁଜିଲାଣ୍ଡକୁ ୫୪୦ ରନର ଆବଶ୍ୟକତା ରହିଛି । ତେଣୁ କିଏ ଏହି ମ୍ୟାଚରେ ବିଜୟୀ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ପ୍ରଥମ ପାଳିରେ ୨୬୩ ରନରେ ଅଗ୍ରଣୀ ହାସଲ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୭୬ ରନ କରି ପାଳି ଘୋଷଣା କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ଇନିଂସରେ ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ ଖେଳାଳୀଙ୍କ ବ୍ୟାଟରୁ ବଡ ସ୍କୋର ବାହାରିନଥିଲେ ମଧ୍ୟ ଦଳ ପାଇଁ ବଡ ସ୍କୋର ଛିଡା କରିବା ପାଇଁ ଯଥେଷ୍ଟ ଥିଲା । ଶେଷ ଆଡକୁ ଅକ୍ଷର ପଟେଲଙ୍କ ବିସ୍ଫୋରକ ୨୬ ବଲରେ ୪୧ ରନର ଇନିଂସ ବଳରେ କିୱି ଦଳ ନିକଟରେ ୫୪୦ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।
Innings Break!
And, here comes the declaration from the Indian Skipper.#TeamIndia 276-7d
Scorecard - https://t.co/CmrJV47AeP#INDvNZ@Paytmpic.twitter.com/LXAOcvOd44
— BCCI (@BCCI) December 5, 2021
ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ୱିତୀୟ ଇିନଂସରେ ଏଜାଜ ପଟେଲ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରଚିନ ରବୀନ୍ଦ୍ର ୩ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ ୧୦ରୁ ୧୦ଟି ୱିକେଟ ହାତେଇଥିଲେ ଏଜାଜ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କିୱି ଦଳର ଖେଳାଳୀ ମାନେ ବ୍ୟାଟିଂରେ ସେଭଳି ପ୍ରଦର୍ଶନ ଦେଖାଇନଥିଲେ । ଯେଉଁଥିପାଇଁ ଦଳ ମାତ୍ର ୬୨ ରନରେ ଅଲଆଉଟ ହୋଇଥିଲା ।