କନକ ବ୍ୟୁରୋ: ଆଜି ପ୍ରଥମ ସେମିଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଶ୍ରେୟାସ ଆୟର ଆଉ ବିରାଟ କୋହଲି ଦମଦାର ଶତକ ହାସଲ କରିଥିଲେ । ଫଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ଏକ ବିଶାଳ ସ୍କୋର ଛିଡା କରିପାରିଛି । ଭାରତ ୩୯୭ ରନ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ ଏବେ ୩୯୮ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡକୁ ଏବେ ଜିତିବାକୁ ହେଲେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପୂରଣ କରିବାକୁ ହେବ ।
ଏହି ମ୍ୟାାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତର ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ୧୧୭, ଶ୍ରେୟାସ ଆୟର ୧୦୫, ଶିଭମନ ଗିଲ ୮୦ ଓ ରୋହିତ ଶର୍ମା ୪୭ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିବାରେ ସଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/11/F-ULggaQAA3wTn.jpg)