କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଛନ୍ତି । ବିରାଟ ଜନ୍ମଦିନରେ ଦେଶବାସୀଙ୍କୁ ଶତକ ଭେଟି ଦେଇଛନ୍ତି । ଫଳରେ ଭାରତ ୫୦ ଓଭର ବ୍ୟାଟିଂ କରି ୩୨୬ ରନ କରିବାରେ ସଫଳ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ଏବେ ୩୨୭ ରନର ଟାର୍ଗେଟ ଦରକାର ।

Advertisment

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୦୧, ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୦, ରବିନ୍ଦ୍ର ଜାଡେଜା ୨୯ ରନ କରିଛନ୍ତି । ଫଳରେ ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୨୬ ରନ କରିଛି । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ସାମ୍ନା କରିବାକୁ ପଡିବ ।