ଧୱନ, ଶୁଭମାନ ଓ ଶ୍ରେୟସଙ୍କ ଅର୍ଦ୍ଧଶତକ । ନ୍ୟୁଜିଲାଣ୍ଡ ସାମ୍ନାରେ ୩୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ ।

543

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ କିୱି ଦଳ ସାମ୍ନାରେ ୩୦୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ୍ କରିବାକୁ ସକ୍ଷମ ହୋଇଛି । ଅଧିନାୟକ ଶିଖର ଧୱନ, ଶୁଭମାନ ଗିଲ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଏହି ବିଶାଳ ସ୍କୋର କରିଛି ଟିମ୍ ଇଣ୍ଡିଆ । ଶେଷ ଆଡକୁ ୱାସିଂଟନ୍ ସୁନ୍ଦରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏତେ ବଡ ସ୍କୋର କରିବାରେ ସଫଳ ହୋଇଛି । ମାତ୍ର ୧୬ ବଲରୁ ୩୭ ରନର ଦ୍ରୁତ ଇନିଂସ ଖେଳିଥିଲେ ୱାସିଂଟନ୍ । ଯେଉଁଥିରେ ୩ ଚୌକା ଓ ୩ ଆକର୍ଷଣୀୟ ଛକା ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ଶଦୀପ ସିଂ ଓ ଉମରାନ ମଲ୍ଲିକ । ପୂର୍ବରୁ ଦୁଇ ଯୁବ ବୋଲର ଭାରତ ପକ୍ଷରୁ ଟି-୨୦ରେ ଡେବ୍ୟୁ କରିଥିଲେ । ଏବେ ଧୱନଙ୍କ ଅଧିନାୟକତ୍ୱରେ ଉଭୟ ଖେଳାଳୀ ଦିନିକିଆରେ ଡେବ୍ୟୁ କରିଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ବରୁ ଟି-୨୦ ସିରିଜରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ତେଣୁ ଦିନିକିଆ ସିରିଜରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।