ପନ୍ଥ, ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୱେଷ୍ଟଇଣ୍ଡିଜ୍ ଆଗରେ ୨୮୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ ।

497

କନକ ବ୍ୟୁରୋ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି ପ୍ରଥମ ଦିନିକିଆ ମ୍ୟାଚ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ଲଢେଇରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓି୍ୱକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି ।

ତେବେ ପ୍ରଥମରୁ ହିଁ ଭାରତକୁ ଲାଗିଥିଲା ଜୋରଦାର ଝଟକା । ମାତ୍ର ୬ ରନ୍ କରି ଲୋକେଶ ରାହୁଲ ଆଉଟ୍ ହୋଇଥିଲେ । ଏହା ପରେ ପରେ ଅଧିନାୟକ ବିରାଟ କୋହଲି ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତେବେ ଶ୍ରେୟସ ଆୟର ଏବଂ ଓି୍ୱକେଟ୍ କିପର ଋଷଭ ପନ୍ଥଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଭାରତକୁ ଏକ ଦୃଢ ସ୍ଥିତିକୁ ଆଣିଥିଲା । ଋଷଭ ପନ୍ଥ ୭୧ରନ୍ ଏବଂ ଶ୍ରେୟସ ଆୟର ୭୦ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି କେଦାର ଯାଦବ ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଶେଷରେ ଭାରତ ୮ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସମର୍ଥ ହୋଇଛି ।