ମୁମ୍ବାଇରେ ଛକା ଚୌକାର ବର୍ଷା । କୋହଲି, ରୋହିତ, ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ, ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କଲା ବିରାଟ ବାହିନୀ ।

567

କନକ ବ୍ୟୁରୋ : ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକାର ବର୍ଷା । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ ।

ପ୍ରଥମରୁ ହିଁ ରନ୍ ବର୍ଷା ଆରମ୍ଭ କରିଥିଲା ବିରାଟ ବାହିନୀ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ କେଏଲ ରାହୁଲ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୨୪୧ ରନର ବିଶାଳ ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୩ଟି ଓି୍ୱକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଛି ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତର ଓପନର ଲୋକେଶ ରାହୁଲ (୯୧ ରନ୍‌, ୫୬ ବଲ, ୯ ଚୌକା, ୪ ଛକା) ଓ ରୋହିତ ଶର୍ମା (୭୧ ରନ୍‌, ୩୪ ବଲ, ୬ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି (ଅପରାଜିତ ୭୦ ରନ୍‌, ୨୯ ବଲ, ୪ ଚୌକା, ୭ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଭାରତର ରନ୍‌ ସ୍କୋରକୁ ଏକ ମଜବୁତ୍‌ ସ୍ଥିତିରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।