କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଭାରତ ପକ୍ଷରୁ ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଫଳରେ ଦଳ ୨୩୪ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୨୩୫ ଟାର୍ଗେଟ ପୂରା କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଇଶାନ କିଷାନ ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ହେଲେ ଇଶାନ ଆରମ୍ଭରୁ ପାଭିଲିୟନ ଫେରିଯାଇଥିଲେ । ପ୍ରଥମ ୱିକେଟରେ ରାହୁଲ ତ୍ରିପାଠୀ ଗିଲଙ୍କ ସହ ଭଲ ପାର୍ଟନରସିପ କରିଥିଲେ । ଗୋଟିଏ ପଟେ ଶୁଭମନ ଗିଲ ରନ କରିଚାଲିଥିଲା ବେଳେ ଆଉ ଗୋଟିଏ ପଟେ ୱିକେଟ ଗଳି ଚାଲିଥିଲା । ହେଲେ ଗିଲ ଶେଷ ଯାଏଁ ବ୍ୟାଟିଂ ଜାରି ରଖିଥିଲେ । ଭାରତ ପକ୍ଷରୁ ଗିଲ ୧୨୬, ରାହୁଲ ତ୍ରିପାଠୀ ୪୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦ ଓ ସୂର୍ଯ୍ୟ କୁମାର ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୩୪ ରନ କରିଥିଲା ।