ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ

856

କନକ ବ୍ୟୁରୋ: ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ଶେଷ ଟି-୨୦ରେ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ । ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ରିଙ୍କୁ ସିଂ ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ର ବିଶାଳ ସ୍କୋର କରିଥିଲା । ଏବେ ଆଫଗାନିସ୍ତାନକୁ ଜିତିବାକୁ ହେଲେ ୨୧୩ ରନର ଟାର୍ଗେଟ ପୂରଣ କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ମାତ୍ର ୨୨ ରନରେ ୪ ୱିକେଟ ହରାଇ ବିପର୍ଯ୍ୟୟର ସାମ୍ନା କରିଥିଲା । ହେଲେ ରୋହିତ ଶର୍ମା ଓ ରିଙ୍କୁ ସିଂ ମୈଦାନରେ ପାଳି ସମ୍ଭାଳିଥିଲେ । ଆଉ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ୧୨୧ ରନ କରିଥିଲେ ଯେଉଁଥିରେ ୮ ଛକା ଓ ୧୧ ଚୌକା ସାମିଲ ଅଛି । ସେହିପରି ରିଙ୍କୁ ସିଂ ୬୯ ରନ କରିଥିଲେ, ଯେଉଁଥିରେ ୬ ଛକା, ୨ ଚୌକା ସାମିଲ ଅଛି ।