କନକ ବ୍ୟୁରୋ : ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ । ଲକ୍ଷ୍ନୌରେ ଆଜି ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଯୁବ ତାରକା ଇଶାନ କିଷାନ ଏବଂ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଛି ଭାରତ ।

Advertisment

ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ପ୍ରାରମ୍ଭିକ ଯୋଡି ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଷାନ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୪ରନର ଜବରଦସ୍ତ ଇନିଂସ ଖେଳିଥିବା ବେଳେ, ଇଶାନ କିଷାନ ୫୬ଟି ବଲରୁ ୮୯ ରନ୍ (୧୦ଚୌକା, ୩ଛକା) ଏବଂ ଶ୍ରେୟସ ଆୟର ମାତ୍ର ୨୮ଟି ବଲ୍ ଖେଳି ୫୭ ରନ୍ (୫ଚୌକା, ୨ ଛକା) ସଂଗ୍ରହ କରିଥିଲେ ।