କନକ ବ୍ୟୁରୋ : କୋଲକାତାର ଇଡେନ୍ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯାଉଥିବା ତୃତୀୟ ଟି-୨୦ ମୁକାବିଲାରେ ଜବରଦସ୍ତ ବ୍ୟାଚିଂ କରି ୱେଷ୍ଟଇଣ୍ଡିଜ ଆଗରେ ୧୮୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ ।

Advertisment

ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ଭାରତ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ (୬୫), ଭେଙ୍କଟେଶ ଆୟର (୩୫), ଇଶାନ କିଷାନ(୩୪) ଏବଂ ଶ୍ରେୟସ ଆୟରଙ୍କ ୨୫ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୮୪ ରନ୍ କରିବାକୁ ସକ୍ଷମ ହୋଇଛି ।