ଦେଶରେ ତଳମୁହାଁ କରୋନା ସଂକ୍ରମଣ : ୨୪ ଘଂଟାରେ ୧୪, ୩୧୩ ପଜିଟିଭ, ଗଲା ୧୮୧ ଜଣଙ୍କ ଜୀବନ

57

କନକ ବ୍ୟୁରୋ : ଦେଶରେ ୧୫ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ୧୪ ହଜାର ୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୬ ହଜାର ୫୭୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶର ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୩ ଲକ୍ଷ ୨୦ ହଜାର ୫୭ଜଣ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୮୫ ହଜାର ୯୨୦ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୪ ହଜାର ୯୦୦ଜଣ ।

ଗତ ୨୪ ଘଣ୍ଟାରେ ହୋଇଥିବା ୧୮୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୦,୯୬୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୬,୫୭୯ଜଣ ଆକ୍ରାନ୍ତଙ୍କୁ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୩,୨୦,୦୫୭ । କେବଳ କେରଳରୁ ୬ ହଜାର ୯୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୧୪,୯୦୦। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୫,୮୯,୭୮,୦୪୯ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।