କନକ ବ୍ୟୁରୋ : ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ଚମକାଇ ଦେଲାଭଳି ରିପୋର୍ଟ ସାମ୍ନାକୁ ଆସିଛି । ଚଳିତବର୍ଷ ଜୁଲାଇରେ ଯେତେବେଳେ କରୋନାର ପ୍ରଭାବ କମୁଥିଲା ଓ ରାଜ୍ୟ ସରକାରଗୁଡିକ ଧିରେଧିରେ ଅନଲକ ପ୍ରକ୍ରିୟାକୁ ଯାଉଥିଲେ ଠିକ ସେତିକିବେଳେ ଦେଶରେ ନିଯୁକ୍ତି ବଢିଛି ।

Advertisment

ରିପୋର୍ଟ ଅନୁସାରେ, ଦେଶରେ ଜୁଲାଇ ମାସରେ ପ୍ରାୟ ୧ କୋଟି ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ହେଲେ ଚିନ୍ତାର ବିଷୟ ହେଉଛି, ଯେଉଁ ନିଯୁକ୍ତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ନିମ୍ନ ମାନର । କାରଣ କେବଳ କୃଷି ଓ ନିର୍ମାଣ ଶ୍ରମିକ ଭାବେ ନିଯୁକ୍ତି ମିଳିଛି ।

- ଜୁଲାଇ ମାସରେ ଦେଶରେ କୃଷି କ୍ଷେତ୍ରରେ ଅତିରିକ୍ତ ୧ କୋଟି ୧୨ ଲକ୍ଷ ନୂଆ ନିଯୁକ୍ତି ହୋଇଛି
- ସେହିପରି ନିର୍ମାଣ କ୍ଷେତ୍ରରେ ୫୪ ଲକ୍ଷ ନୂତନ ନିଯୁକ୍ତି ବେଳକ ଜୁଲାଇ ମାସରେ ସୃଷ୍ଟି ହୋଇଛି
- ଏହି ସମୟରେ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ୮୦ ହଜାର ହ୍ରାସ ପାଇଛି
- ସେବା କ୍ଷେତ୍ରରେ ମଧ୍ୟ ୫୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିଛି
- ୧ କୋଟି ୮୬ ଲକ୍ଷ ଲୋକ କ୍ଷୁଦ୍ର ବ୍ୟବସାୟୀ ଓ ଦିନ ମଜୁଆରି ଭାବେ କାମ କରିଛନ୍ତି
- ଏହି ସମୟ ମଧ୍ୟରେ କିନ୍ତୁ ବେତନଭୋଗୀଙ୍କ ସଂଖ୍ୟାରେ ୩୨ ଲକ୍ଷ ହ୍ରାସ ପାଇଛି