କନକ ବ୍ୟୁରୋ : ହ୍ରାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ରୋମାଂଚକର ମ୍ୟାଚ ଜିତିଲା ଭାରତ । ଗୋଟିଏ ବଲ ବାକି ଥାଇ ୬ ୱିକେଟରେ ବିଜୟ ହାସଲ କରିଛି ରୋହିତ ବାହିନୀ । ଫଳରେ ଭାରତ ୨-୧ରେ ସିରିଜ ହାତେଇ ନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ସରିଜ ୧-୧ ସ୍ଥିତିରେ ଥିବାରୁ ଶେଷ ମ୍ୟାଚ ନିର୍ଣ୍ଣାୟକ ଥିଲା । ହାଇଦ୍ରାବାଦରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା ।

Advertisment

publive-image

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ କରି ୨୦ ଓଭରରେ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା । କାମେରୁନ ଗ୍ରୀନ ୨୧ଟି ବଲରେ ୫୨ ରନ୍ ଏବଂ ଟିମ୍ ଡେଭିଡଙ୍କ ୨୭ ଟି ବଲରେ ୫୪ରନ୍ ବିଷ୍ଫୋରକ ଅର୍ଦ୍ଧଶତକ ବଳରେ କଙ୍ଗାରୁ ବାହୀନୀ ଏତେ ରନ କରିପାରିଥିଲା । ୧୮୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଦୁଇ ଓପନର ଶୀଘ୍ର ଆଉଟ ହୋଇଥିଲେ ବି ବିରାଟ କୋହଲୀ ଓ ସୂର୍ଯ୍ୟକୁମାର ଯାଦବ ଭାରତୀୟ ପାଳିକୁ ଆଗକୁ ବଢ଼ାଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଅଷ୍ଟ୍ରେଲିଆର ବୋଲିଂ ଫିକା ପଡ଼ି ଯାଇଥିଲା । ମାତ୍ର ୩୬ବଲ ୬୯ ରନ୍ କରି ଭାରତକୁ ବିଜୟ ଲକ୍ଷ୍ୟ ଆଡକୁ ଆଗେଇ ନେଇଥିଲେ । ଧୈର୍ଯ୍ୟର ସହ ବ୍ୟାଟିଂ କରି ବିରାଟ କୋହଲୀ ସ୍କୋରକୁ ଆଗକୁ ବଢ଼ାଇଥିଲେ ।

୪୮ ବଲରେ ୬୩ ରନ୍ କରିଥିଲେ କୋହଲି । ଶେଷ ଓଭରରେ କୋହଲି ଆଡଟ ହୋଇଯାଇଥିଲେ । ୧୯ ଓଭରର ପଂଚମ ବଲରେ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରିଥିଲେ ହାର୍ଦ୍ଦିକ ପାଣ୍ଡିଆ । ଭଲ ବୋଲିଂ ଯୋଗୁ ଅକ୍ସର ପଟେଲଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍ମାର ମଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ତେବେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ଏଥିପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଆସି ଭାରତରେ ପହଞ୍ଚି ସାରିଛି ।