କନକ ବ୍ୟୁରୋ: ବିଶ୍ୱସ୍ତରରେ ଭାରତର ବଡ଼ କୁଟନୈତିକ ବିଜୟ। ଏସସିଓ ସମ୍ମିଳନୀରେ ପହଲଗା ଆତଙ୍କବାଦ ଆକ୍ରମଣକୁ ନିନ୍ଦା । ଏସସିଓ ଘୋଷଣାପତ୍ରରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇଛି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉପସ୍ଥିତିରେ ଆତଙ୍କବାଦକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ୟୁକ୍ରେନ ସମସ୍ୟା ସମାଧାନ ପ୍ରସଙ୍ଗରେ ଭାରତ, ଚୀନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ ।  

Advertisment

SCO ସମ୍ମିଳନୀର ଶେଷ ଦିନରେ ଏକାଠି ନଜର ଆସିଲେ ମୋଦୀ, ପୁଟିନ୍, ଜିନ୍‌ପିଙ୍ଗ୍‌ । ଔପଚାରିକ ବୈଠକ ପୂର୍ବରୁ ତିନି ନେତା ଏକାଠି ହୋଇଛନ୍ତି । ପରସ୍ପରକୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି । ଆଉ ତିନି ଶକ୍ତି ଏଭଳି ସାକ୍ଷାତକାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଗତକାଲି ଜିନପିଙ୍ଗ ସହ ବୈଠକ ହୋଇଥିବାବେଳେ ଆଜି ମୋଦୀଙ୍କ ସହ ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି । ତିଆନଜିନରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଗୁରୁତ୍ବପୁର୍ଣ୍ଣ ବୈଠକ ଚାଲିଛି । ଶକ୍ତି, ନିବେଶ, ଟ୍ରେଡ୍‌ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହେବାର ଅଛି । ଆମେରିକାର ୫୦% ଟାରିଫ ଯୋଗୁଁ ଭାରତ ଋଷକୁ ଅଧିକ ପରିମାଣରେ ରପ୍ତାନୀ କରିବା ଉପରେ ଗୁରୁତ୍ୱ ଦେଉଛି । ଏବେ ଋଷ ଭାରତ ଚତୁର୍ଥ ବୃହତ ବ୍ୟସାୟିକ ସହଯୋଗୀ ହୋଇଥିବା ବେଳେ ଭାରତ ଋଷର ଦ୍ବିତୀୟ ବୃହତ ବ୍ୟବସାୟିକ ସହଯୋଗୀ ରାଷ୍ଟ୍ର ଅଛି । ଶେଷ ଥର ପାଇଁ ଅକ୍ଟୋବର ୨୦୨୪ରେ କାଜାନରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ମୋଦୀ ଓ ପୁଟିନଙ୍କ ଭେଟଘାଟ ହୋଇଥିଲା । ଟ୍ରମ୍ପ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ପୁଟିନଙ୍କ ସହ ମୋଦୀଙ୍କ ଏହା ପ୍ରଥମ ବୈଠକ । ଆମେରିକା ଟାରିଫ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଅଛି । ଚୀନ ସହ ମିଶି ଆମେରିକାକୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ ଦୁଇ ନେତା । ଏହା ପୂର୍ବରୁ ଅଗଷ୍ଟ ୨୨ରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଋଷର ବୈଦେଶିକ ମନ୍ତ୍ରୀଙ୍କ ଭେଟି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ଆଲୋଚନା କରିଥିଲେ ।