କନକ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତର ଦମଦାର ବ୍ୟାଟିଂ । ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ । ଶତକ ମାରିଲେ କୋହଲି ଏବଂ କେ ଏଲ ରାହୁଲ ।

Advertisment

ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଚମକ୍ରାର ବ୍ୟାଟିଂ କରିଛି ଭାରତ । ଗତକାଲିର ଅଧା ମ୍ୟାଚରୁ ଆଜି ପୁଣି ଆରମ୍ଭ ହେଇଥିଲା ମ୍ୟାଚ୍ । ଆଉ ଆରମ୍ଭରୁ ହିଁ ଆକ୍ରମଣ ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଉଭୟ କେ ଏଲ ରାହୁଲ ଏବଂ ବିରାଟ କୋହଲି ରନ୍ ସଂଗ୍ରହ କରିଚାଲିବା ସହ ନିଜ ନିଜର ଶତକ ଅର୍ଜନ କରିଥିଲେ । ଆଉ ଶେଷ ଆଡକୁ ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ଭାରତର ସ୍କୋର ୩୫୬ ଛୁଇଁଥିଲା ।

ବିରାଟ କୋହଲି ୯୪ ବଲରୁ ୧୨୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟପଟେ କେ ଏଲ ରାହୁଲ ୧୦୬ ବଲରୁ ୧୧୧ ରନ୍ କରିଥିଲା । ସେପଟେ ପାକିସ୍ତାନ ପକ୍ଷରୁ ସାହିନ୍ ଆଫ୍ରିଦି ଏବଂ ସଦାବ ଖାନ୍ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଏବେ ପାକିସ୍ତାନକୁ ବିଜୟ ପାଇଁ ୫୦ ଓଭରରେ ୩୫୭ ରନ୍ କରିିବାକୁ ପଡିବ ।