ସିଡନୀରେ ସୁପର ସୋ’ । ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ, ବିସ୍ଫୋରକ ଇନିଂସ ଖେଳିଲେ ସୂର୍ଯ୍ୟ । ନେଦରଲାଣ୍ଡ ସାମ୍ନାରେ ୧୮୦ ରନର ବିଶାଳ ବିଜୟ ଲକ୍ଷ୍ୟ ।

ସିଡନୀରେ ସୁପର ସୋ’ । ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ, ବିସ୍ଫୋରକ ଇନିଂସ ଖେଳିଲେ ସୂର୍ଯ୍ୟ । ନେଦରଲାଣ୍ଡ ସାମ୍ନାରେ ୧୮୦ ରନର ବିଶାଳ ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ନେଦରଲାଣ୍ଡ ବିପକ୍ଷରେ ପୁଣିଥରେ ଦେଖିବାକୁ ମିଳିଲା ବିରାଟ ସୋ । ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ବିପକ୍ଷରେ ବର୍ଷିଲେ ଭାରତୀୟ ଟପ୍ ଅର୍ଡର । କେବଳ କେ.ଏଲ ରାହୁଲ ବଡ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ରୋହିତ, କୋହଲି ଓ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ବଳରେ ନେଦରଲାଣ୍ଡ ସାମ୍ନାରେ ୧୮୦ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯  ରନ କରିଛି । କେ.ଏଲ ରାହୁଲ ୯ ରନ୍ କରି ସହଳ ପ୍ୟାଭିଲିୟନ ଫେରିଥିବା ବେଳେ ସିଡନୀ ଗ୍ରାଉଣ୍ଡରେ ରୋହିତ, କୋହଲି ଓ ସୂର୍ଯ୍ୟଙ୍କ ସୋ’ ଦେଖିବାକୁ ମିଳିଥିଲା । ରୋହିତ ୫୩ ରନର ଇନିଂସ ଖେଳିଥିବା ବେଳେ କୋହଲି ୬୨ ରନ ଓ ସୂର୍ଯ୍ୟ ୨୫ ବଲରେ ବିସ୍ଫୋରକ ୫୧ ରନର ଇନିଂସ ଖେଳିଥିଲେ । ପାକିସ୍ତାନ ଭଳି ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ଗର୍ଜିଥିଲା କୋହଲିଙ୍କ ବ୍ୟାଟ । ପ୍ରଥମରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା କୋହଲି ପରେ ଲଗାତାର ବାଉଣ୍ଡରୀ ମାରି ନେଦରଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ଅନ୍ୟପଟେ ରୋହିତଙ୍କ ୱିକେଟ ପତନ ପରେ କ୍ରିଜକୁ ଆସିଥିବା ସୂର୍ଯ୍ୟକୁମାରଙ୍କ ସୋ ଦେଖିଥିଲା ସିଡନୀ । ପଡିଆର ଚତୁଃପାଶ୍ୱର୍କୁ ଖେଳିବା ସହ ବିସ୍ଫୋରକ ୫୧ ରନ କରିଥିଲେ ସୂର୍ଯ୍ୟ । ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ନେଦରଲାଣ୍ଡ ଶେଷ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe