କନକ ବ୍ୟୁରୋ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ଭାରତକୁ ଏହା କହିବା ଜରୁରୀ ନୁହେଁ ଯେ ଲୋକତନ୍ତ୍ର ଉପରେ ସେ କଣ କରିବ । ଭାରତ ଡିସେମ୍ବର ମାସ ପାଇଁ ୟୁଏନଏସସିର ଅଧ୍ୟକ୍ଷ ପଦ ସମ୍ଭାଳିବ । ଗୁରୁବାର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ସ୍ଥାୟୀ ସଦସ୍ୟ ରୁଚିରା କାମ୍ବୋଜ । ଏହି ସମୟରେ ଭାରତ ଆତଙ୍କବାଦ ସହିତ ଲଢେଇ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲା । ଏହା ସହ ପରିଷଦ ଭାରତରେ ୨୦୨୧-୨୨ର କାର୍ଯ୍ୟକାଳ ଡିସେମ୍ବର ୩୧ରେ ସମାପ୍ତ ହେବାକୁ ଯାଉଛି । ଭାରତର ପ୍ରଥମ ମହିଳା ଭାବେ ରୁଚିରା କାମ୍ବୋଜ ଏହି ପଦରେ ବସିଛନ୍ତି । ପ୍ରଥମ ଥର ପାଇଁ ସେ ମିଳିତ ଜାତିସଂଘର ମୁଖ୍ୟାଳୟରେ ମାସିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

Advertisment

ଭାରତର ଲୋକତନ୍ତ୍ର ଏବଂ ପ୍ରେସକୁ ନେଇ ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା କହିବା ଜରୁରୀ ନୁହେଁ ଯେ ଲୋକତନ୍ତ୍ର ଉପରେ କଣ କରାଯିବା ଉଚିତ ନା ଅନୁଚିତ । ସେ ଆହୁରି ମଧ୍ୟ କହିଛନ୍ତି, ଆପଣ ଯେମିତି ଜାଣିଛନ୍ତି ଭାରତ ଦୁନିଆର ସବୁଠାରୁ ପ୍ରାଚୀନ ସଭ୍ୟତା । ଭାରତର ଲୋକତନ୍ତ୍ରର ଚେର ୨୫୦୦ ବର୍ଷ ପୂର୍ବରୁ ଥିଲା । ଆମେ ସବୁବେଳେ ଲୋକତନ୍ତ୍ରରେ ରହିଆସିଛୁ । ନିକଟରେ ଆମ ଦେଶର ଲୋକତନ୍ତ୍ର ସମସ୍ତ ସ୍ତମ୍ଭ ସୁରକ୍ଷିତ ରହିଛି । ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ର ସହ ଜୀବନ୍ତ ରହିଛି । ତେଣୁ ଭାରତ ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ।