କନକ ବ୍ୟୁରୋ: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ପାଖାପାଖି ସମସ୍ତ ଅତିଥି ନିଜ ନିଜ ଦେଶକୁ ଫେରିସାରିଲେଣି । କିନ୍ତୁ ଦୁଇଜଣ ଅତିଥିଙ୍କୁ ନେଇ ଚର୍ଚ୍ଚା । ଜଣେ ହେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ , ଯାହାଙ୍କ ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ଏଯାଏଁ ଭୋତରେ ଅଟକିବାକୁ ପଡିଛି । ଅନ୍ୟ ଜଣେ ସାଉଦିଆରବର ପ୍ରିନ୍ସ କ୍ରାଉନ ମୋହମ୍ମଦ ବିନ୍ ସଲମାନ୍, ଯିଏ ଭାରତରେ ରାଜକୀୟ ଗସ୍ତରେ ଅଛନ୍ତି ।

Advertisment

ସମସ୍ତ ଅତିଥି ସ୍ୱଦେଶକୁ ଫେରିଯିବା ପରେ ବି ପ୍ରନ୍ସ କ୍ରାଉନଙ୍କୁ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇ ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ତେବେ ଦୁଇ ଦେଶ ମଧ୍ୟରେ ଏଭଳି ଘନିଷ୍ଠତା ଦେଖି ପାକିସ୍ତାନ ଓ ଚୀନ ସରକାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଉଛି ।

ଜି-୨୦ ଶିଖର ସମ୍ମିଳନୀ ଭାରତ ପାଇଁ ସବୁଠାରୁ ବଡ ଉପଲବ୍ଧି ସୃଷ୍ଟି କରିଛି । ଏହି ସମ୍ମିଳନୀ ଦ୍ୱାରା ଭାରତର ଅନେକ ଦେଶ ସହ ସମ୍ପର୍କ ଘନିଷ୍ଠ ହୋଇଛି । ବିଶେଷ କରି ଭାରତ ଓ ସାଉଦୀଆରବ ମଧ୍ୟରେ ଘନିଷ୍ଠ ସମ୍ପର୍କ ଝଲକ ଦେଖିବାକୁ ମିଳିଛି । ସମ୍ମିଳନୀରେ ଯୋଗ ଦେଇଥିବା ପାଖାପାଖି ସମସ୍ତ ଅତିଥି ଫେରିସାରିଥିବାବେଳେ ସାଉଦୀ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ସୋମବାର ରାତି ଯାଏଁ ଭାରତରେ ଅଟକିଥିଲେ । କ୍ରାଉନ୍ ପ୍ରିନ୍ସ ଭାରତର ରାଜକୀୟ ଗସ୍ତରେ ଥିବାରୁ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ଓ ମୋହମ୍ମଦ ବିନ୍ ସଲମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ବୈଠକ ହୋଇଯାଇଛି ।

କହିରଖୁଁ ଜି-୨୦ ମଞ୍ଚରେ ସାଉଦୀ ଆରବ ମଧ୍ୟ ଦେଇ ୟୁରୋପ ଯାଏଁ ନିର୍ମାଣ ହେବାକୁ ଥିବା କରିଡର ପାଇଁ ଚୁକ୍ତି ସାକ୍ଷର ହୋଇସାରିଛି । ସେପ୍ଟେମ୍ବର ୯ ତାରିଖରେ ମୋଦୀ ‘ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ ଇକୋନୋମିକ୍ କରିଡର’ ଲଞ୍ଚ କରିଛନ୍ତି । ଏହି ପ୍ରକଳ୍ପରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ସହ ସାଉଦୀ ଆରବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଯୋଜନା ଦ୍ୱାରା ଦୁଇ ଦେଶ ମଧ୍ୟରେ ଏନର୍ଜି ସେକ୍ଟରକୁ ସମୃଦ୍ଧ କରାଯିବ । ଏଥିପାଇଁ ସମୁଦ୍ର ଭିତରେ ପାୱାର ଟ୍ରାନ୍ସମିଶନ୍ ଲାଇନ୍ ସଂଯୁକ୍ତ କରାଯିବ । ଏହି କନେକ୍ସନ୍ ସୁମଦ୍ର ତଳେ ଡିସି କେବୁଲ ବିଛାଇବା ଦ୍ୱାରା ସମ୍ଭବ ହୋଇପାରିବ ।ଏହି ଚୁକ୍ତି ଦ୍ୱାରା ଏନର୍ଜି ସେକ୍ଟରରେ ଡିଜିଟାଲ ଇନଫ୍ରା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହନ ଦିଆଯିବ ।