ଇଂଲଣ୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା । ବ୍ୟକ୍ତିଗତ କାରଣ ପାଇଁ ଖେଳିବେନି ବିରାଟ କୋହଲୀ, ଦଳକୁ ଫେରିଲେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା

282

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମ୍ୟାଚ ଖେଳିବ ଦଳ ଓ ଉପଅଧିନାୟକ ରହିବେ ଯଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବେନି ବିରାଟ କୋହଲୀ । ପୂର୍ବରୁ ମଧ୍ୟ ୨ଟି ଟେଷ୍ଟ ମ୍ୟାଚ ଖେଳିନଥିଲେ କୋହଲୀ । ଆହତ ଜନିତ କାରଣରୁ ସମ୍ପୂର୍ଣ୍ଣ ସିରିଜରୁ ବ।।ଦ ପଡିଥିଲେ ଶ୍ରେୟସ ଆୟର । । ସେପଟେ ଟିମକୁ ଫେରିଛନ୍ତି କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା ।