ଭାରତ-ଚୀନ୍ ସଂଘର୍ଷ ଭିତରେ ଭାରତ ସପକ୍ଷରେ ବାହାରିଲା ତାଇୱାନ୍ : ଚୀନର ଡ୍ରାଗନକୁ ଭାରତର ଭଗବାନ ଶ୍ରୀରାମଚନ୍ଦ୍ର ସଂହାର କରୁଥିବାର ଫଟୋ କଲା ଭାଇରାଲ୍ ।

2,092

ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ସୋସିଆଲ୍ ମିଡିଆରେ ଜୋର୍ ଧରିଛି । ସୋସିଆଲ୍ ପ୍ଲାଟଫର୍ମରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର ଚୀନର ଡ୍ରାଗନକୁ ଧନୁତୀରରେ ମାରିବାର ଫଟୋ ଦର୍ଶାଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋରେ ‘We conquer, we kill ଲେଖାଯାଇଛି । ଯାହାର ଅର୍ଥ ଆମେ ନଷ୍ଟ କରୁ , ଆମେ ହତ୍ୟା କରୁ’ । ଯେଉଁଥିରେ ଭଗବାନ ଶ୍ରୀରାମ ଧନୁତୀରରେ ଡ୍ରାଗନ ସଂହାର କରୁଥିବାର ଚିତ୍ର ଦେଖାଯାଉଛି । ତେବେ ରୋଚକପୂର୍ଣ୍ଣ କଥା ହେଉଛି ଏହି ଫଟୋଟିକୁ ହଙ୍ଗକଙ୍ଗ୍ ସୋସିଆଲ୍ ମିଡିଆ ସାଇଟ୍ LIHKG  ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଥିଲା ।

ଆପଣଙ୍କୁ କହିରଖୁଛୁ ଯେ ଗଲା କିଛି ଦିନ ଧରି ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଲଦାଖ ଗାଲବାନ୍ ଭାଲିରେ ସଂଘର୍ଷ ଜାରି ରହିଛି । ଯେଉଁଥିରେ ଭାରତର ଜଣେ କର୍ଣ୍ଣଲଙ୍କ ସମେତ ୨୦ ଯବାନ ସହିଦ୍ ହୋଇଯାଇଛନ୍ତି । ସେପଟେ ଚୀନ୍ ସେନାରୁ ମଧ୍ୟ ୩୦ ଯବାନଙ୍କ ମୃତ୍ୟୁ ଘଟିଛି । ଆଉ ଏଭଳି ସମୟରେ ଶ୍ରୀରାମଙ୍କ ଫଟୋଥିବା ଗୋଟିଏ ଆର୍ଟିକଲକୁ ପ୍ରଥମେ ତାଇବାନ୍ ନ୍ୟୁଜ୍ ନିଜ ୱେବସାଇଟରେ ପୋଷ୍ଟ୍ କରିଥିଲା । ଯାହାପରେ ଏହି ପୋଷ୍ଟ୍ ଖୁବ୍ ଭାଇରାଲ୍ ହୋଇଥିଲା । ଖାଲି ଏତିକି ନୁହଁ ଏବେ ଚୀନ୍ ମିଡିଆ ମଧ୍ୟ ଆକ୍ରମଣାତ୍ମକ ହୋଇ ଭାରତର ପୌରାଣିକ ଗାଥା, ଅସ୍ତ୍ରଶସ୍ତ୍ରର ଚିତ୍ର୍ର ଏବଂ ରେଷ୍ଟୁରାଣ୍ଟ୍ ର ଭିଡିଓକୁ ଭାଇରାଲ୍ କରିଚାଲିଛି । ତାଇବାନ୍ ଏବଂ ଚୀନ୍ ଭିତରେ ୧୯୪୮ ରୁ ସଂଘର୍ଷ ଜାରି ରହିଛି । ଦୁଇଦେଶ ଭିତରେ ତିକ୍ତତା ବଢିଛି । ଏଭଳି ସମୟରେ ଭାରତ ଏବଂ ଚୀନ୍ ଭିତରେ ଯୁଦ୍ଧ ପରିସ୍ଥିତିକୁ ଦେଖି ତାଇୱାନ ଭାରତର ସପକ୍ଷରେ ଆସିଯାଇଛି । ତେବେ ସେ ଯାହା ହେଉ ନା କାହିଁକି ସୋସିଆଲ୍ ସାଇଟ୍ ୟୁଜରଙ୍କ ମନ ଜିଣିନେଇଛି ତାଇୱାନ୍ ନ୍ୟୁଜ୍ । ଲୋକମାନେ ଏନେଇ ତାଇୱାନକୁ ଧନ୍ୟବାଦ ଜଣାଉଛନ୍ତି ।