ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀ ୧୦୧ ବର୍ଷ ବୟସରେ ଲୋକସଭା ନିର୍ବାଚନ-୨୦୧୯ପାଇଁ ମତଦାନ କରିବେ। ଦେଶ ସ୍ୱାଧୀନତା ପାଇବାପରେ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ଶ୍ୟାମ ସରନ ନେଗୀ।ସେ ୧୯୫୧ ମସିହା ଅକ୍ଟୋବର ୨୩ ତାରିଖରେ ଜନଜାତି କ୍ଷେତ୍ର କିନ୍ନୋରରେ ମତଦାନ କରିଥିଲେ। ଉଲ୍ଲେଖନୀୟ ତଥ୍ୟ ଯେ ପ୍ରବଳ ବରଫପାତ ମଧ୍ୟରେ ବି ଶ୍ୟାମ ସରନ  କିନ୍ନୋରରେ ନିଜର ମତଦାନ କରିଥିଲେ। ଏହି ନିର୍ବାଚନରେ ଶ୍ୟାମ ସରନ ନେଗୀ ପ୍ରଥମେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

Advertisment

publive-imageଦେଶର ପ୍ରଥମ ମତଦାତା  ଶ୍ୟାମ ସରନ ନେଗୀ ପୁଣିଥରେ କଲ୍ପାର ବୁଥ୍ ନମ୍ବର ୫୧ରେ ଆଗାମୀ ୨୦୧୯ ମଇ ୧୯ ତାରିଖରେ ଲୋକସଭା ନିର୍ବାଚନ ଲାଗି ନିଜର ମତଦାନ କରିବେ ବୋଲି ଜଣାଯାଇଛି। ଆଗାମୀ ୨୦୧୯ ଜୁଲାଇ ମାସରେ ଶ୍ୟାମ ସରନ ୧୦୨ ବର୍ଷରେ ପଦାର୍ପଣ କରିବେ। ଶ୍ୟାମ ସରନ ଏବେ ଡାହାଣ ଆଖିରେ ଦେଖି ପାରୁନାହାଁନ୍ତି। ଠିକ୍ ସେହିପରି ତାଙ୍କର ବାମ ଆଖି ବି ୫୦ ପ୍ରତିଶତ କାମ କରୁନାହିଁ। ଏହା ସତ୍ତ୍ୱେ ସେ ନିଜେ ନିଜର ସମସ୍ତ କାମ କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୦ ଜୁନ୍ ୧୩ ତାରିଖରେ ପୂର୍ବତନ ମୁଖ୍ୟ ନିର୍ବାଚନ  କମିଶନର ନବୀନ ବି ଚାଓ୍ଵାଲା ଶ୍ୟାମ ସରନ ନେଗୀଙ୍କୁ  ପ୍ରଥମ ମତଦାତା ଭାବେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।