ଦେଶରେ ୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା । ବିହାରର ପାଟନା ଏମ୍ସରେ ଗଲା ୩୮ ବର୍ଷିୟ ଯୁବକଙ୍କ ଜୀବନ ।

16,263

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଦେଶରେ ଷଷ୍ଠ ମୃତ୍ୟୁ । ଆଜି ପାଟଣା ଏମ୍ସରେ ଜଣେ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ସେ ଦୁଇ ଦିନ ତଳେ କୋଲକାତାରୁ ଫେରିଥିଲେ । ତାଙ୍କର କିଡନି ଫେଲ ହୋଇ ଯାଇଥିଲା ଏବଂ କରୋନା ପଜିଟିଭ୍ ବାହାରିବା ପରେ ପାଟନା ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ଘର ବିହାରର ମୁଙ୍ଗେର ବୋଲି ଜଣାପଡିଛି ।

ତେବେ ଏହା ପୂର୍ବରୁ ଆଜି ସକାଳେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୬୩ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଇ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬ରେ ପହଁଚିଛି । ମହାରାଷ୍ଟ୍ରରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଡାଇବେଟିସ୍, ବ୍ଲଡ ପ୍ରେସର ଓ ହୃଦରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ପୂର୍ବରୁ କରୋନା ଆକ୍ରାନ୍ତ ଯୋଗୁଁ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଂଜାବରେ ଜଣେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।