ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ ସଂଖ୍ୟା : ଦିନକରେ ୪୩ ହଜାରରୁ ଉପରେ ପଜିଟିଭ

କେବଳ କେରଳରୁ ୭୦ ପ୍ରତିଶତ ମାମଲା

140

କନକ ବ୍ୟୁରୋ :  ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ । ପୁଣି ୪୦ ହଜାର ଉପରେ ଆସିଛି ପଜିଟିଭ୍ । ୨୪ ଘଂଟାରେ ଦେଶରେ ୪୩ ହଜାର ୨୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୧,୩୯,୯୮୧ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୦,୫୬୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୩,୦୪,୬୧୮ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୯୩,୬୧୪ ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରୁ ୩୦ ହଜାର ୧୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୦ ପ୍ରତିଶତରୁ ଅଧିକ ମାମଲା କେବଳ କେରଳରୁ ଆସିଛି । କେରଳରେ ଲଗାତର ୫ ଦିନ ହେବ ୩୦ ହଜାର ତଳେ ପଜିଟିଭ୍ ଆସୁଥିବା ବେଳେ ପୁଣି ୩୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ବୁଧବାର ୪ ହଜାର ୧୭୪ ନୂଆ ମାମଲା ଆସିଛି । ଏହା ସହ ମହାରାଷ୍ଟ୍ରରେ ଆଉ ୬୫ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେପଟେ ଦେଶରେ ୭୧ କୋଟି ଡୋଜ୍ ଟିକା ଦିଆ ସରିଲାଣି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୧,୬୫,୯୭,୪୨୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୮୬,୫୧,୭୦୧ଜଣଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ସମୁଦାୟ ୫୩,୬୮,୧୭,୨୪୩ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୧୭,୬୩୯ଟି ନମୁନା ।