କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ କରୋନା ସଂକ୍ରମଣ କମୁଥିବା ବେଳେ କେରଳରେ ଦୈନିକ ସଂକ୍ରମଣ ଗୋଟିଏ ଦିନ କମିବା ପରେ ପୁଣି ବଢିବାରେ ଲାଗିଛି । ଦିଲ୍ଲୀରେ ୨୪ ଘଂଟାରେ ୪ ହଜାର ୪୪ ଜଣ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସଂକ୍ରମଣ ହାର ୮ ଦଶମିକ ୬୦ ପ୍ରତିଶତ ରହିଛି । ସେପଟେ କେରଳରେ ୨୪ ଘଂଟାରେ ୫୪ ହଜାର ୫୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବୁଧବାର ୫୧ ହଜାର ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ମଙ୍ଗଳବାର ସର୍ବାଧିକ ଦିନକରେ ୫୫ ହଜାର ୪୫୭ ନୂଆ ମାମଲା ଆସିଥିଲା । ସେପଟେ ମହାରାଷ୍ଟ୍ରରେ ୨୪ ହଜାର ୯୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୦ ଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି । ସେପଟେ କର୍ଣ୍ଣାଟକରେ ଦିନକରେ ୩୧ ହଜାର ୧୯୮ ମାମଲା ଚିହ୍ନଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/corona_scientific_images_1_1.jpg)