ଦୈନିକ ସଂକ୍ରମଣରେ ନୂଆ ବିଶ୍ୱ ରେକର୍ଡ । ଦେଶରେ ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ, ୩,୯୧୫ ମୃତ ।

308

କନକ ବ୍ୟୁରୋ : ଭାରତରେ କେବେ ଶୀର୍ଷରେ ପହଞ୍ଚିବ କରୋନା ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୭ ଦିନ ଭିତରେ ୨୦ରୁ ୨୫ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ଗୋଟିଏ ସପ୍ତାହରେ ୩ ଥର ୪ ଲକ୍ଷ ଟପିଛି ଦୈନିକ ସଂକ୍ରମଣ । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ୪ ହଜାର ପାଖାପାଖି ରହୁଛି ।

ଦେଶରେ ଗୋଟିଏ ଦିନରେ ୪,୧୪,୧୮୮ ଆକ୍ରାନ୍ତ । ଦୈନିକ ସଂକ୍ରମଣରେ ନୂଆ ବିଶ୍ୱ ରେକର୍ଡ । କେତେବେଳେ କରୋନା ଶୀର୍ଷ ଛୁଇଁବ, ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଦେଶର ଦୈନିକ ସଂକ୍ରମଣରେ ପୁଣି ଏକ ଅଲୋଡ଼ା ରେକର୍ଡ ହୋଇଛି । ଗତ ୭ ଦିନ ଭିତରେ ୨୦ରୁ ୨୫ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ଗୋଟିଏ ସପ୍ତାହରେ ୩ ଥର ୪ ଲକ୍ଷ ଟପିଛି ଦୈନିକ ସଂକ୍ରମଣ । ମେ’ ୬ ତାରିଖରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ରହିଥିଲା ୨୧.୪୪ ପ୍ରତିଶତ । ତେବେ ୭ ତାରିଖରେ ଏହି ସଂଖ୍ୟା ବଢ଼ିଛି । ୨୪ ଘଂଟାରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ-ପଜିଟିଭିଟି ରେଟ୍ ରହିଛି ୨୨.୬୮ ପ୍ରତିଶତ ।

ଭାରତ କରୋନା ମିଟର
ତାରିଖ         ଟେଷ୍ଟ                 ପଜିଟିଭ୍             ପଜିଟିଭିଟି ହାର
ମେ’ ୧ :     ୧୯,୪୫,୨୯୯       ୪,୦୧,୯୯୩             ୨୦.୬୭%
ମେ’ ୨ :     ୧୮,୦୪,୯୫୪      ୩,୯୨,୪୮୮             ୨୧.୭୪%
ମେ’ ୩ :   ୧୫,୦୪,୬୯୮      ୩,୬୮,୧୪୭             ୨୪.୪୭%
ମେ’ ୪ :    ୧୬,୬୩,୭୪୨     ୩,୫୭,୨୨୯              ୨୧.୪୭%
ମେ’ ୫ :    ୧୫,୪୧,୨୨୯        ୩,୮୨,୩୧୫             ୨୪.୮୦%
ମେ’ ୬ :    ୧୯,୨୩,୧୩୧      ୪,୧୨,୨୬୨               ୨୧.୪୪%
ମେ’ ୭ :    ୧୮,୨୬,୪୯୦       ୪,୧୪,୧୮୮              ୨୨.୬୮%

ସଂକ୍ରମଣ ହାରରେ ଗୋଆ ୧ ନମ୍ବର । କରୋନା ପରୀକ୍ଷା କରୁଥିବା ପ୍ରତି ଦୁଇ ଜଣରେ ଜଣେ ସଂକ୍ରମିତ । ପଜିଟିଭିଟି ରେଟ୍ ବା ସଂକ୍ରମଣ ହାରରେ ସମଗ୍ର ଦେଶରେ ୧ ନମ୍ବର ସ୍ଥାନରେ ରହିଛି ଗୋଆ । ଗୋଆରେ ସଂକ୍ରମଣ ହାର ରହିଛି ୪୮.୫ ପ୍ରତିଶତ । ଏହା ତଳକୁ ରହିଛି ହରିୟାଣା । ହରିୟାଣାର ସଂକ୍ରମଣ ହାର ୩୬.୧ ପ୍ରତିଶତ । ତୃତୀୟରେ ପୁଡୁଚେରୀ, ଏଠାରେ ସଂକ୍ରମଣ ହାର ରହିଛି ୩୪.୯, ଚତୁର୍ଥରେ ପଶ୍ଚିମବଙ୍ଗ-ସଂକ୍ରମଣ ହାର ୩୩.୧ ପ୍ରତିଶତ । କର୍ଣ୍ଣାଟକ, ଦିଲ୍ଲୀ ଓ ରାଜସ୍ଥାନର ପଜିଟିଭିଟି ରେଟ୍ ରହିଛି ୨୯.୯ ପ୍ରତିଶତ । ସେହିପରି ଛତିଶଗଡ଼ର ସଂକ୍ରମଣ ହାର ରହିଛି ୨୭.୯ ପ୍ରତିଶତ ।

ସଂକ୍ରମଣ ହାର (ମେ’ ୭)
ଗୋଆ – ୪୮.୫ ପ୍ରତିଶତ
ହରିୟାଣା – ୩୬.୧ ପ୍ରତିଶତ
ପୁଡୁଚେରୀ – ୩୪.୯ ପ୍ରତିଶତ
ପଶ୍ଚିମବଙ୍ଗ – ୩୩.୧ ପ୍ରତିଶତ
କର୍ଣ୍ଣାଟକ – ୨୯.୯ ପ୍ରତିଶତ
ଦିଲ୍ଲୀ – ୨୯.୯ ପ୍ରତିଶତ
ରାଜସ୍ଥାନ – ୨୯.୯ ପ୍ରତିଶତ
ଛତିଶଗଡ଼ – ୨୭.୯ ପ୍ରତିଶତ

ଏବେ ନଜର ପକାଇବା ଦେଶର ୧୦ଟି ଜିଲ୍ଲା ଉପରେ, ଯେଉଁ ଜିଲ୍ଲା ଗୁଡିକରେ ଦେଶରେ ୨୫ ପ୍ରତିଶତ ସକ୍ରିୟ ମାମଲା ରହିଛି । ସବୁଠୁ ଆଗରେ ରହିଛି ବେଙ୍ଗାଲୁରୁ ଅର୍ବାନ । ଦ୍ୱିତୀୟରେ ପୁନେ, ତୃତୀୟରେ ଦିଲ୍ଲୀ ଓ ଚତୁର୍ଥରେ ରହିଛି ଅହମ୍ମଦାବାଦ । ପଂଚମରେ ଏର୍ନାକୁଲମ୍, ଷଷ୍ଠରେ ନାଗପୁର ରହିଥିବା ବେଳେ ସପ୍ତମ ସ୍ଥାନରେ ରହିଛି ମୁମ୍ବାଇ । ଦଶମ ସ୍ଥାନରେ ରହିଛି ମହାରାଷ୍ଟ୍ରର ଥାନେ ।