କନକ ବ୍ୟୁରୋ : ଦୁଇ ଦିନ ବ୍ୟବଧାନ ପରେ ଆଜି ଦେଶରେ ୨୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ୨୪ ଘଂଟାରେ ୨୩ ହଜାର ୫୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୧୧ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୨୮ ହଜାର ୭୧୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୩୯ ହଜାର ୯୮୦ ରହିଛି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩୩ କୋଟି ୧୪ ହଜାର ୮୯୮ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୮ ହଜାର ୬୨ । ସକ୍ରିୟ ସଂକମ୍ରିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୨୦ । ୨୪ ଘଂଟାରେ ୬୫ଲକ୍ଷ ୩୪ ହଜାର ୩୦୬ ଟିକାକରଣ ହୋଇଥିବା ବେଳେ ଦେଶରେ ମୋଟ ଟିକାକରଣ ହୋଇଛି ୮୮ କୋଟି ୩୪ ଲକ୍ଷ ୭୦ ହଜାର ୫୭୮ ।