କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ତଳମୁହାଁ ରହିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବିଗତ ୨୪ ଘଂଟାରେ ମୋଟ୍ ୨ ଲକ୍ଷ ୫୫ ହଜାର ୮୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ତୁଳନାରେ ମଙ୍ଗଳବାର ୧୬ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦେଶରେ ପଜିଟିଭିଟି ହାର ୨୦.୭୫ ପ୍ରତିଶତରୁ ଖସି ୧୫.୫୨ ପ୍ରତିଶତ ହୋଇଛି ।

Advertisment

୨୪ ଘଂଟାରେ ୬୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । କିନ୍ତୁ ସୋମବାର ୪୩୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୩୬ ହଜାର ୮୪୨ ରହିଛି । ଏହା ପୂର୍ବରୁ ଗତକାଲି ସୋମବାର ୩ ଲକ୍ଷ ୬ ହଜାର ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛିଦିନ ହେଲା ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ଗତ ୨୪ ଘଂଟା ଭିତରେ ୨ ଲକ୍ଷ ୬୭ ହଜାର ୭୫୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।