କରୋନାରେ ୨୪ ଘଂଟାରେ ଦେଶରେ ୪୮୨ ମୃତ : ୨୦ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୨ ହଜାର ୭୫୨ ନୂଆ ଆକ୍ରାନ୍ତ; ଚିନ୍ତା ବଢାଉଛି ମହାରାଷ୍ଟ୍ର ଓ ଦିଲ୍ଲୀ

Advertisment
କରୋନାରେ ୨୪ ଘଂଟାରେ ଦେଶରେ ୪୮୨ ମୃତ : ୨୦ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୨ ହଜାର ୭୫୨ ନୂଆ ଆକ୍ରାନ୍ତ; ଚିନ୍ତା ବଢାଉଛି ମହାରାଷ୍ଟ୍ର ଓ ଦିଲ୍ଲୀ

କନକ ବ୍ୟୁରୋ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ଭୂତାଣୁ । ଗତ ୨୪ ଘଂଟାରେ ଦେଶରେ ୪୮୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ୨୨ ହଜାର ୭୫୨ ନୂଆ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨ ଲକ୍ଷ ୬୪ ହଜାର ୯୪୪ ରହିଛି । ୪୮୨ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ୬୪୨କୁ ବୃଦ୍ଧି ହୋଇଛି । ଡାକ୍ତରଖାନାରେ ଚିକିତ୍ସା ପରେ ୪ ଲକ୍ଷ ୫୬ ହଜାର ୮୩୦ ଜଣ ସୁସ୍ଥ ହୋଇ ଫେରିଲେଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe