ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ : ଗୋଟେ ଦିନରେ ସର୍ବାଧିକ ୬୧୪୮ଜଣଙ୍କ ମୃତ୍ୟୁ

271

କନକ ବ୍ୟୁରୋ : ଦେଶରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ୬୧୪୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବିହାରର ପୁରୁଣା ତଥ୍ୟ ଯୋଡା ଯାଇ ଥିବାରୁ ଅଚାନକ ଗୋଟେ ଦିନରେ ୬ ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା ।

ସେହିପରି ଗତ ୨୪ ଘଂଟାରେ ୯୪ ହଜାର ୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୧ ହଜାର ୩୬୭ଜଣ । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ ରହିଛି । ଏଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି – ୧୧ଲକ୍ଷ ୬୭ ହଜାର ୯୫୨ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୨୭,୨୬,୬୯୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୯ ତାରିଖ ସୁଦ୍ଧା ସମୁଦାୟ ୩୭,୨୧,୯୮,୨୫୩ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୦୪,୬୯୦ଟି ନମୁନା ।