କମୁଛି ସଂକ୍ରମଣ ହାର । ଆଜି ବି ୧ ଲକ୍ଷ ତଳେ ରହିଛି କରୋନା ସଂକ୍ରମିତ ସଂଖ୍ୟା, ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥହାର ।

144

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ ହାର । ଲଗାତାର ଦ୍ୱିତୀୟ ଦିନରେ ବି ଦେଶରେ ୧ ଲକ୍ଷ ତଳେ ରହିଛି ନୂତନ ସଂକ୍ରମଣ ସଂଖ୍ୟା । ଆଉ ଆକ୍ରାନ୍ତଙ୍କ ତୁଳନାରେ ବୃଦ୍ଧି ପାଉଛି ସୁସ୍ଥ ହାର । ତେବେ ଗତ କାଲି ତୁଳନାରେ ଆଜି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଛି ।

ଧିରେ ଧିରେ କମୁଛି କରୋନା ରୋଗୀଙ୍କ ସଂଖ୍ୟା । ଲଗାତାର ଦ୍ୱିତୀୟ ଦିନରେ ବି ୧ ଲକ୍ଷ ତଳେରହିଛି ସଂକ୍ରମିତ ରୋଗୀଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ, ନୂତନ ସଂକ୍ରମଣସଂଖ୍ୟା ୯୨ ହଜାର ୫୯୬ ରହିଛି । ମଙ୍ଗଳବାର ତୁଳନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟାରେ ମହାମାରୀ କରୋନା ଦ୍ୱାରା୨ ହଜାର୨୧୯ ଜଣଙ୍କ ମୃତ୍ୟୁହୋଇଛି । ସେହିପରି ଗତ ୨୪ ଘଂଟାରେ ୧ ଲକ୍ଷ ୬୨ ହଜାର, ୬୬୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଲଗାତାର ୨୭ ଦିନ ଧରି ସଂକ୍ରମିତ ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି ।

କୋଭିଡ୍-୧୯ରେ ସଂକ୍ରମଣ ସଂଖ୍ୟା ଯେଉଁ ବେଗ ସହ ବୃଦ୍ଧି ପାଉଥିଲା, ଏବେ ସେହି ବେଗ ସହ କମିବାରେ ଲାଗିଛି । ପ୍ରତ୍ୟେକ ଦିନ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ରହିଛି । ସେହିପରି ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇ ୯୪ ପ୍ରତିଶତରୁ ଅଧିକ ରେକର୍ଡ ହୋଇଛି । ସେହିପରି କରୋନା ଜନିତ ମୃତ୍ୟୁହାର ୧.୨୧ ପ୍ରତିଶତ ରହିଛି । ବର୍ତମାନ ସୁଦ୍ଧା ଦେଶରେ
– ମୋଟ୍ ସଂକ୍ରମଣ ସଂଖ୍ୟା ୨ କୋଟି ୯୦ଲକ୍ଷ ୮୯ହଜାର ରହିଛି
– ମୋଟ୍ ସୁସ୍ଥ ସଂଖ୍ୟା ୨ କୋଟି ୭୫ଲକ୍ଷ ୪ ହଜାର ୧୨୬ ପହଁଚିଛି
– ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ ରହିଥିବାବେଳେ
– ମୋଟ୍ ସକ୍ରିୟ ରୋଗୀ ସଂଖ୍ୟା ୧୨ ଲକ୍ଷ ୩୧ ହଜାର୪୧୫ ରହିଛି

ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଆମେରିକା ଓ ବ୍ରାଜିଲ ପରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଭାରତରେ ହୋଇଛି । ସେପଟେ ଆସିଏମଆର ତରଫରୁ ସୂଚନା ମିଳିଛି ଯେ, ବର୍ତମାନ ସୁଦ୍ଧା ମୋଟ୍ ୩୭ କୋଟି କରୋନା ପରୀକ୍ଷଣ ହୋଇସାରିଲାଣି । ଦେଶରେ ଟୀକାକରଣ ପ୍ରକ୍ରିୟାବି ଜୋରସୋରରେ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ୨୩ କୋଟି ୯୦ ଲକ୍ଷ ୫୮ହଜାର ବ୍ୟକ୍ତି କରୋନା ଟିକା ନେଇସାରିଲେଣି ।