କନକ ବ୍ୟୁରୋ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୧,୭୦୨ ନୂତନ ସଂକ୍ରମଣ ଓ ୩,୪୦୩ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୯୨,୭୪,୮୨୩ ଓ ମୃତ୍ୟୁସଂଖ୍ୟା ୩,୬୩,୦୭୧ରେ ପହଞ୍ଚିଛି ।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୭,୯୦,୦୭୩ ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୨୧,୬୭୧ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୬୦,୮୫,୬୪୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୦ ତାରିଖ ସୁଦ୍ଧା ସମୁଦାୟ ୩୭,୪୨,୪୨,୩୮୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୪୪,୧୩୧ଟି ନମୁନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Coronavirus-2-800x445.jpg)