କନକ ବ୍ୟୁରୋ : ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୯୦ହଜାର ୯୨୮ ପଜିଟିଭ । କାଲି ତୁଳନାରେ ୫୬.୫ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସେହିପରି ୨୪ଘଣ୍ଟାରେ ୩୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ ହଜାର ୮୭୬ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୫ହଜାର ୪୦୧ । ସୁସ୍ଥ ହେଲେଣି ୩କୋଟି ୪୩ ଲକ୍ଷ ୪୧ହଜାର ୯ଜଣ । ଟିକା ନେଲେଣି ୧୪୮ କୋଟି ୬୭ଲକ୍ଷରୁ ଅଧିକ । ଅନ୍ୟପକ୍ଷରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୦ରେ ପହଞ୍ଚିଲା । ୨୪ଘଣ୍ଟାରେ ୪୯୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓମିକ୍ରନରୁ ସୁସ୍ଥ ହେଲେଣି ୯୯୫ ଜଣ ।

Advertisment

ଦେଶରେ ବଢୁଛି କରୋନା : -

ଜାନୁଆରୀ ୦୨ : ୨୭, ୫୫୩
ଦୈନିକ ସଂକ୍ରମଣ ବୃଦ୍ଧି : ୨୧%
ଜାନୁଆରୀ ୦୩ : ୩୩, ୭୫୦
ଦୈନିକ ସଂକ୍ରମଣ ବୃଦ୍ଧି : ୨୨.୫%
ଜାନୁଆରୀ ୦୪ : ୩୭, ୩୭୯
ଦୈନିକ ସଂକ୍ରମଣ ବୃଦ୍ଧି : ୩. ୨୪%
ଜାନୁଆରୀ ୦୫ : ୫୮, ୦୯୭
ଦୈନିକ ସଂକ୍ରମଣ ବୃଦ୍ଧି : ୫୫.୪%
ଜାନୁଆରୀ ୦୬ : ୯୦, ୯୨୮
ଦୈନିକ ସଂକ୍ରମଣ ବୃଦ୍ଧି : ୫୬.୫%