କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଭଲ ଖବର । ୬୩ ଦିନ ପରେ ଦେଶରେ ଲକ୍ଷେ ତଳେ ରହିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୬,୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨୩ ଜଣଙ୍କର ମୃତ୍ୟୁ ଘଟିଛି । ବିଗତ କିଛି ଦିନ ଧରି, ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତ ହୋଇଥିବା ଲୋକଙ୍କ ଅପେକ୍ଷା ଅଧିକ ରେକର୍ଡ ହୋଇଛି ।
ଏଭଳି ପରିସ୍ଥିତିରେ ସକ୍ରିୟ ମାମଲା ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ପ୍ରାୟ ୧୩ ଲକ୍ଷ ସକ୍ରିୟ ମାମଲା ଥିବାବେଳେ ସୋମବାର ୧୮ ଲକ୍ଷ ୭୩ହଜାର ୪୮୫ଟି ନମୁନା ପରୀକ୍ଷା କରାଯାଇଥିଲା | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୬କୋଟି ୮୨ ଲକ୍ଷ୦୭ ହଜାର ୫୯୬ଟି ନମୁନା ପରୀକ୍ଷା କରାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ସମୁଦାୟ ୨୩ କୋଟି ୬୧ଲକ୍ଷ ୯୮ ହଜାର ୭୨୬ ଜଣ ଲୋକଙ୍କୁ ଟିକାକରଣ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୮୨ହଜାର ୨୮୨ ଜଣ ରୋଗୀ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଆଉ ଏହା ପରେ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨କୁ ବୃଦ୍ଧି ପାଇଛି । ଜାତୀୟ ପୁନରୁଦ୍ଧାର ହାର ୯୪.୨୯ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୨୧୨୩ ଜଣଙ୍କର ମୃତ୍ୟୁ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/10-7.jpg)