ଦେଶର କରୋନା ମିଟର : ଦିନକରେ ୮୪ ହଜାର ୩୩୨ ଆକ୍ରାନ୍ତ ଚିହ୍ନଟ, ୪୦୦୨ ମୃତ

85

କନକ ବ୍ୟୁରୋ : ଦେଶରେ ୨୪ଘଂଟା ଭିତରେ ୮୪ ହଜାର ୩୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪ହଜାର ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୩,୫୯,୧୫୫ ଓ ମୃତ୍ୟୁସଂଖ୍ୟା ୩,୬୭,୦୮୧ରେ ପହଞ୍ଚିଛି ।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧,୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୯,୧୧,୩୮୪ରେ ପହଞ୍ଚିଛି। ଏଥିସହ ଜାତୀୟ ସୁସ୍ଥତା ହାର ୯୫.୦୭%କୁ ବୃଦ୍ଧି ପାଇଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦,୮୦,୬୯୦। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୯୬,୦୦,୩୦୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।