୨୪ ଘଂଟାରେ ଦେଶରେ ୮୩୦୯ କରୋନା ପଜିଟିଭ, ୨୩୬ ମୃତ : ୫୪୪ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା ଚିହ୍ନଟ

105

କନକ ବ୍ୟୁରୋ : ଦେଶରେ ୨୪ ଘଂଟା ଭିତରେ ୮ହଜାର ୩୦୯ ଜଣଙ୍କୁ କରୋନା । ସେହିପରି କରୋନା କାରଣରୁ ୨୪ ଘଂଟା ଭିତରେ ୨୩୬ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଂଟା ଭିତରେ ୯ହଜାର ୯୦୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩ ହଜାର ୮୫୯ ଜଣ ରହିଛନ୍ତି । ଯାହା ୫୪୪ ଦିନରେ ସର୍ବନିମ୍ନ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଆଜି ମହାରାଷ୍ଟ୍ରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏ କି ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ତେବେ ସେ ଓମିକ୍ରନ୍‌ ପ୍ରଜାତିର ଶିକାର ହୋଇଛନ୍ତି ନା ନାହିଁ ତାହା ଜଣାପଡିନାହିଁ । ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ଆଲର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ ଏହି ଵ୍ୟକ୍ତି ଜଣକ ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଥାନେର ଡୋମ୍ବିବଲିରେ ରହୁଥିବା ଏହି ଵ୍ୟକ୍ତିଙ୍କର ଲକ୍ଷଣ ପ୍ରକାଶ ପରେ କୋଭିଡ ପରୀକ୍ଷା କରାଯାଇଥିଲା ।