କନକ ବ୍ୟୁରୋ : ଦେଶରେ ଆଜି ବି ଲକ୍ଷେ ତଳେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ୭୧ ହଜାର ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲି ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ୫୪ ପ୍ରତିଶତ । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୯୨ ହଜାର ୮୨୮ । ଯାହାକି ମୋଟ୍ ସଂକ୍ରମଣ ୨ ଦଶମିକ ୧୧ ପ୍ରତିଶତ ।

Advertisment

ଏହାରି ଭିତରେ ଦେଶରେ ଦିନକରେ ଆଉ ୧ ହଜାର ୨୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୫ ହଜାର ୨୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ଦେଶରେ ୧୭୦ କୋଟି ୮୭ ଲକ୍ଷ ୬ ହଜାରରୁ ଅଧିକ ଡୋଜ୍ କରୋନା ଟିକା ଦିଆ ସରିଲାଣି ।