ଦେଶରେ କମୁଛି ସଂକ୍ରମଣ : ଦିନକରେ ୭୦,୪୨୧ ନୂଆ ଆକ୍ରାନ୍ତ, ୩୯୨୧ ମୃତ

Advertisment
ଦେଶର କରୋନା ମିଟର : ଗୋଟିଏ ଦିନରେ ୪୧ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ, ୫୮୧ ମୃତ

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭୦ ହଜାର ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୯୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୯ ହଜାର ୫୦୧ ଜଣ । ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ । ସୁସ୍ଥ ହୋଇଛନ୍ତି ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ଜଣ । କରୋନା ସଂକ୍ରମିତ ହୋଇ ୩ଲକ୍ଷ ୭୪ ହଜାର ୩୦୫ଜଣଙ୍କ ଜୀବନ ଯାଇଛି । ଏବେବି କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯ଲକ୍ଷ ୭୩ ହଜାର ୧୫୮ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୫,୪୮,୪୯,୩୦୧ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୩ ତାରିଖ ସୁଦ୍ଧା ସମୁଦାୟ ୩୭,୯୧,୨୪,୬୨୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୪,୯୨,୧୫୨ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe