କମୁଛି କରୋନା ଗ୍ରାଫ୍ : ଦେଶରେ ଦିନକରେ ୬୭, ୫୯୭ ପଜିଟିଭ୍ ଚିହ୍ନଟ, ଗଲା ୧୧୮୮ ଜଣଙ୍କ ଜୀବନ

କମୁଛି କରୋନା ଗ୍ରାଫ୍ : ଦେଶରେ ଦିନକରେ ୬୭, ୫୯୭ ପଜିଟିଭ୍ ଚିହ୍ନଟ, ଗଲା ୧୧୮୮ ଜଣଙ୍କ ଜୀବନ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭ ହଜାର ୫୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୫ ପ୍ରତିଶତ ରହିଛି । ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଦୁଇ ଗୁଣାରୁ ଅଧିକ ରହିଛି ।

ଗତ ୨୪ ଘଂଟାରେ ୧ ଲକ୍ଷ ୮୦ ହଜାର ୪୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୯ ଲକ୍ଷ ୯୪ ହଜାର ୮୯୧ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନି । ଦିନକରେ ଆଉ ୧ ହଜାର ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ଦେଶରେ ମୋଟ ୧୭୦ କୋଟି ୨୧ ଲକ୍ଷ ୭୨ ହଜାର ୬୧୫ ଡୋଜ ଟିକା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe