କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭ ହଜାର ୫୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୫ ପ୍ରତିଶତ ରହିଛି । ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଦୁଇ ଗୁଣାରୁ ଅଧିକ ରହିଛି ।
ଗତ ୨୪ ଘଂଟାରେ ୧ ଲକ୍ଷ ୮୦ ହଜାର ୪୫୬ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୯ ଲକ୍ଷ ୯୪ ହଜାର ୮୯୧ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗୁନି । ଦିନକରେ ଆଉ ୧ ହଜାର ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ଦେଶରେ ମୋଟ ୧୭୦ କୋଟି ୨୧ ଲକ୍ଷ ୭୨ ହଜାର ୬୧୫ ଡୋଜ ଟିକା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/8-10.jpg)