କନକ ବ୍ୟୁରୋ : ଦେଶରେ ଆଜି ବି କରୋନା ସଂକ୍ରମଣ କମ ରହିଛି । ଦେଶରେ ଦିନକରେ ୬୭ହଜାର ୮୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ଡେଲି ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ୪୪ ପ୍ରତିଶତ ରହିଛି । ଏହାସହ ଗତ ୨୪ଘଂଟା ମଧ୍ୟରେ ୧ ଲକ୍ଷ ୬୭ ହଜାର ୮୮୨ ଜଣ ସୁସ୍ଥ ହୋଇଛନ୍ତି ।
ସାରା ଦେଶରେ ୭ ଲକ୍ଷ ୯୦ ହଜାର ୭୮୯ ସକ୍ରିୟ ସଂକ୍ରମିତ ରହିଛି । ଏବଂ କରୋନା ସଂକ୍ରମଣରେ ମୋଟ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୬ହଜାର ୫୨୦ ରହିଛି । ସେହିପରି ଦେଶରେ ୧୭୧ କୋଟି ୨୮ ଲକ୍ଷ ୧୯ ହଜାରରୁ ଅଧିକ ଡୋଜ୍ କରୋନା ଟିକା ଦିଆ ସରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/11-11.jpg)